ଶିମିଳିପାଳରେ ଆଜିଠାରୁ ଆରମ୍ଭ ହେଲା କୁମ୍ଭୀର ଗଣନା…

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଓ ଶିମିଳିପାଳ ପାଦ ଦେଶରେ ଥିବା ନଦୀ ଓ ନାଳ ଗୁଡିକ ରେ ଆଜିଠାରୁ ଆରମ୍ଭ ହେଇଛି କୁମ୍ଭୀର ଗଣନା । ବିଶେଷ କରି ଶିମିଳିପାଳ ରୁ ବାହାରି ଥିବା ନଦୀ ଖଇରି, ବୁଢାବଳଙ୍ଗ, ଖଡ଼ଖାଇ ପ୍ରଭୁତି ୫ ଟି ନଦୀକୂଳରେ କୁମ୍ଭୀର ଗଣନା ଚାଲିଛି । ଏହା ଆଜି ଠାରୁ ଦୁଇଦିନ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ । ଶିମିଳିପାଳ ଅଭୟାରଣ୍ୟ ରେ ଦୁଇଟି ପଦ୍ଧତି ରେ କୁମ୍ଭୀର ଗଣନା ହେଉଛି ।

ଏଥିରେ ୧୬ଟି ଗଠନ କରାଯାଇ କୁମ୍ଭୀର ଗଣନା କରା ହେଇଥିବାର RCCF ସୂଚନା ଦେଇଛନ୍ତି । ଗତ ବର୍ଷ ଶିମିଳିପାଳ ଅଭୟାରଣ୍ୟ ରେ ୮୨ ଟି କୁମ୍ଭୀର ଥିବା ବେଳେ ଚଳିତ ବର୍ଷ କୁମ୍ଭୀର ଅଧିକା ହେବା ର ଅନୁମାନ କରାଯାଉଛି ।

nis-ad
Leave A Reply

Your email address will not be published.