ରାତାରାତି ୫୦,୦୦୦ ଲୋକଙ୍କୁ ଉଠାଇ ଦିଆଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବେଆଇନ୍ ଉଚ୍ଛେଦ ପ୍ରକ୍ରିୟାରେ ଲାଗିଲା ରୋକ୍‌। ଉତ୍ତରାଖଣ୍ଡର ହଲ୍‌ଦ୍‌ୱାନୀ ଅଞ୍ଚଳରେ ଥିବା ରେଳବାଇ ଜମିରୁ ଜବରଦଖଲ ହଟାଇବା ଲାଗି ଉତ୍ତରାଖଣ୍ଡ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ଆଜି ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିଛନ୍ତି। ଉଚ୍ଛେଦ ହେବାକୁ ଥିବା ଲୋକଙ୍କ ସମସ୍ୟା ଓ ମାନବିକ ଦୃଷ୍ଟିକୋଣକୁ ବିଚାରକକୁ ନେଇ ସୁପ୍ରିମକୋର୍ଟ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ସମାଧାନର ବାଟ ବାହାର କରାଯିବା ଉଚିତ ବୋଲି କହିଛନ୍ତି । ସବୁତକ ଜମି ରେଳବାଇର କି ନୁହଁ ତାହା ଉପରେ ସ୍ପଷ୍ଟ ହେବା ଉଚିତ। ସେହିପରି ରାତାରାତି ୫୦,୦୦୦ ଲୋକଙ୍କୁ ଉଠାଇ ଉଠାଇ ଦିଆ ଦିଆଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଫେବୃଆରୀ ୭ ପରବର୍ତ୍ତି ଶୁଣାଣି ରହିଛି। ଉତ୍ତରାଖଣ୍ଡର ହଲ୍‌ଦ୍‌ୱାନୀ ଅଞ୍ଚଳରେ ରେଲଓ୍ବେର ୭୮ ଏକର ଜମିରେ ପ୍ରାୟ ୪ ହଜାର ପରିବାରର ୫୦ ହଜାର ଲୋକେ ବାସ କରୁଛନ୍ତି। ସୁପ୍ରିମ୍‌କୋର୍ଟ ସେମାନଙ୍କର ଘର ଭଙ୍ଗା ଉପରେ ଗୁରୁବାର ରୋକ ଲଗାଇଛନ୍ତି। ସେମାନଙ୍କୁ ଅନ୍ୟତ୍ର ଯିବା ଲାଗି ଦିଆଯାଇଥିବା ଏକ ସପ୍ତାହ ସମୟ ସୀମା କମ୍‌ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ସଞ୍ଜୟ କିଶନ କୌଲ ଏବଂ ଅଭୟ ଏସ ଓକାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଶୁଣାଣି କରିଛନ୍ତି ।

ଖଣ୍ଡପୀଠ କହିଛନ୍ତି, ୭ ଦିନ ଭିତରେ ୫୦,୦୦୦ ଜନତାଙ୍କୁ ଉଚ୍ଛେଦ କରାଯାଇ ପାରିବ ନାହିଁ। ହଲ୍‌ଦ୍‌ୱାନୀରେ ଥିବା ରେଳବାଇର ୨୯ ଏକର ଜମି ଉପରୁ ଜବରଦଖଲ ହଟାଇବା ନିମନ୍ତେ ଉତ୍ତରାଖଣ୍ଡ ହାଇକୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ୍‌ କରି ଆଗତ କେତେଗୁଡ଼ାଏ ପିଟିସନ୍‌ର ସୁପ୍ରିମ୍‌ କୋର୍ଟ ଆଜି ଶୁଣାଣି କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଜାନୁଆରି ୧୦ରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବାକୁ ଥିଲା।

nis-ad
Leave A Reply

Your email address will not be published.