ସରକାରଙ୍କ ନିର୍ଦ୍ଦେଶକ୍ରମେ ୩୦ କୁକୁରଙ୍କୁ ଗୁଳି କରି ହତ୍ୟା

ପାଟନା: ବିହାରର ବେଗୁସରାଇ ଜିଲ୍ଲାରେ ପ୍ରାୟ ୩୦ଟି ବୁଲା କୁକୁରଙ୍କୁ ଗୁଳି କରି ହତ୍ୟା କରାଯାଇଇଛି । ଏ ସୁଟର ଟିମ୍‌ ପକ୍ଷରୁ ଏହି ହତ୍ୟା କରାଯାଇଛି। ପାଟନାରେ ଜିଲ୍ଲା ପ୍ରଶାସନ ଏବଂ ଜଙ୍ଗଲ ଏବଂ ପରିବେଶ ବିଭାଗ ଦ୍ୱାରା ଏକ ସୁଟର ଟିମ୍‌ ଗଠନ କରାଯାଇ ବେଗୁସରାଇରେ ମଣିଷ ମରା କୁକୁରଙ୍କୁ ନିପାତ କରାଯାଇଛି। ଏହି ଅଞ୍ଚଳରେ ବଣୁଆ କୁକୁରମାନଙ୍କ ଆତଙ୍କ ବଢ଼ିବାରେ ଲାଗିଛି। ଏହି ବଣୁଆ କୁକୁରମାନେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଈଁ ବିପଦର କାରଣ ପାଲଟିଥିଲେ। ଫଳରେ ଲୋକମାନଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏହି ଟିମ୍ ପାଟନାଠାରୁ ଆସି ମଙ୍ଗଳବାର ଦିନ ୧୬ଟି ଭୟଙ୍କର କୁକୁର ଏବଂ ବୁଧବାର ୧୪ ଟି କୁକୁରଙ୍କୁ ହତ୍ୟା କରିଛି।
୨୦୨୨ରେ ପ୍ରାୟ ୧୦ ଜଣ ଲୋକଙ୍କୁ ଏହି କୁକୁରମାନେ କକାମୁଡ଼ିଥିଲେ। ତେଗ୍‌ରା ‘ଏସ୍‌ଡିଏମ୍‌’ ରାକେଶ କୁମାର କହିଛନ୍ତି, ବାଚ୍ଛୱାଡ଼ା ବ୍ଲକ୍‌ର କେତେକ ପଞ୍ଚାୟତରେ ବୁଲା କୁକୁରମାନେ ମହିଳାମାନଙ୍କୁ ଆକ୍ରମଣ କରିବାରୁ ଜିଲ୍ଲା ପ୍ରଶାସନ ପରିବେଶ ଓ ବନ ବିଭାଗରେ ପଞ୍ଜିକୃତ ହୋଇଥିବା ଦଳେ ସୁଟର୍‌ଙ୍କୁ ଡକାଇଥିଲା।

ଏସ୍‌ଡିଏମ୍‌’ ଆହୁରି ମଧ୍ୟ କହିଛନ୍ତି, ଗତ ସପ୍ତାହରେ ଦଳେ ସୁଟର୍‌ ପ୍ରାୟ ୧୨ଟି ବୁଲା କୁକୁରଙ୍କୁ ଗୁଳି ମାରି ହତ୍ୟା କରିଥିଲେ। କିନ୍ତୁ, ଏଥିରେ ବୁଲା କୁକୁରମାନେ ଭୟଭୀତ ନ ହୋଇ ପୁଣି ଆକ୍ରମଣ କରିବାରୁ ଅଭିଯାନ ଫଳପ୍ରଦ ହେଲା ନାହିଁ । ତେଣୁ, ଜିଲ୍ଲା ପ୍ରଶାସନ ପୁଣି ସୁଟର୍‌ ଟିମ୍‌କୁ ଡକାଇଥିଲା। ବଚ୍ଛୱାଡ଼ା ବ୍ଲକ୍‌ ମୁଖିଆ ଆସୋସିଏସନ୍‌ର ଅଧ୍ୟକ୍ଷ ପ୍ରଭାତ କୁମାର କହିଛନ୍ତି ଯେ, ବର୍ଷକ ଭିତରେ ବୁଲା କୁକୁରଙ୍କ କାମୁଡ଼ାରେ ୯ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ମହିଳା ଆହତ ହୋଇଛନ୍ତି।

nis-ad
Leave A Reply

Your email address will not be published.