କଟକ-ଚାନ୍ଦବାଲି ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ୍, ୫୦ରୁ ଅଧିକ ଆହତ…

କଟକ : କଟକ-ଚାନ୍ଦବାଲି ରାସ୍ତା ଛପୋଲିୟା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଯାତ୍ରୀବାହୀ ବସ୍‌- ହାଇଓ୍ଵା ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଛି । ରାଜକନିକାରୁ ଭୁବନେଶ୍ୱର ଆସୁଥିଲା ଯାତ୍ରୀବାହୀ ବସ୍‌ ।

ଖବର ମୁତାବକ, ବସଟି ଚାନ୍ଦବାଲିରୁ ଭୁବନେଶ୍ୱର ଆଡ଼କୁ ଆସୁଥିଲା । ହଠାତ୍ କଟକ-ଚାନ୍ଦବାଲି ରାସ୍ତା ଛପୋଳିଆ ନିକଟରେ ଏକ ହାଇୱା ଉକ୍ତ ବସକୁ ଧକ୍କା ଦେଇଥିଲା । ଫଳରେ ବସଟି ରାସ୍ତାତଳକୁ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ୫୦ ଜଣ ଯାତ୍ରୀ ଆହତ ହୋଇଥିଲେ । ତେବେ ବର୍ତ୍ତମାନ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ବସଟିକୁ ରାସ୍ତା ତଳୁ ଦୌଡ଼ି ସହାୟତାରେ ଉଦ୍ଧାର ଅଭିଯାନ ଜାରି ରହିଛି । ଅନ୍ୟପକ୍ଷରେ ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି ।

nis-ad
Leave A Reply

Your email address will not be published.