ମର୍ଣ୍ଣିଂ ୱାର୍କ ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ପିକପ ଭ୍ୟାନ୍…

ସୋରଡ଼ା : ମୃତ୍ୟୁ ଏପରି ଆସେ ତାହା ମନୁଷ୍ୟ ଜାଣି ନ ଥାଏ । ସକାଳୁ ସକାଳୁ ଏପରି ଏକ ଘଟଣା ଘଟିଛି ସୋରଡ଼ାରେ । ଚାରିଜଣ ମହିଳା ମିଶି ସକାଳ ଭୋର ରୁ ପ୍ରାତ ଭ୍ରମଣ କରୁଥିବା ସମୟରେ ଜରାଉ ବ୍ରିଜ ନିକଟରେ ମେକ୍ସ ପିକପ ଗାଡି ହାଠାତ ଆସି ଭ୍ରମଣ ସାରି ଫେରୁଥିବା ମହିଳା ପ୍ରମିଳା ଗଉଡ ଏନକେ ଉପରେ ଚଢିଗଲା । ସଙ୍ଗେ ସଙ୍ଗେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ମହିଳାଙ୍କୁ ସୋରଡା ମେଡିକାଲକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ମହିଳାଙ୍କୁ ବ୍ରହ୍ମପୁର ମେଡିକାଲକୁ 108 ଯୋଗେ ନିଆଯାଉଥିବା ସମୟରେ ବାଟରେ ମହିଳାଙ୍କ ମୃତ୍ୟୁ ଘଟିଛି ।

ଗତ ୨.୧.୨୩ ତାରିଖରେ ଆମ୍ବୁଲାନ୍ସ ଧକ୍କାରେ ଏକ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଏକ ମହିଳାଙ୍କ ଦୁର୍ଘଟଣା ରେ ମୃତ୍ୟୁ ହୋଇଛି । ନୂଆ ବର୍ଷ ଆରମ୍ଭରୁ ଏପରି ଗାଡି ଦୁର୍ଘଟଣା ରେ ଦୁଇ ଜୀବନ ଯିବା ପରେ ଅଞ୍ଚଳରେ ଭୟ ସୃଷ୍ଟି କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡି ଓ ଡ୍ରାଇଭରକୁ ଅଟକ ରଖିଛି ।

nis-ad
Leave A Reply

Your email address will not be published.