ଥଣ୍ଡା ପାନୀୟ ନ ଦେବାରୁ ପ୍ରାକ୍ତନ ପୋଲିସ ଅଧିକାରୀଙ୍କୁ ଆକ୍ରମଣ…

ବୁଗୁଡ଼ା : ବୁଗୁଡ଼ା ବୁଦ୍ଧଖୋଲ ରୋଡରେ ଦୋକାନ କରିଥିବା ଅବସରପ୍ରାପ୍ତ ପୋଲିସ ଏଏସଆଇ ବିଜୟ କୁମାର ବିଷୋୟୀ ଜଣେ ଗଞ୍ଜୁଡୁ ଯୁବକର ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି l ଆଜି ସନ୍ଧ୍ୟାରେ ବିଜୟ ଦୋକାନରେ ବସିଥିବା ବେଳେ ଉକ୍ତ ସାହିର ଗଞ୍ଜୁଡୁ ଯୁବକ ଦିଲ୍ଲୀପ କୁମାର ଦାଶ ଏକ ଥଣ୍ଡା ପାନୀୟ ମାଗିଥିଲା । ତେବେ ବାକି ଦିଆଯିବ ନାହିଁ ବୋଲି ବିଜୟ କହିବାରୁ ଦିଲ୍ଲୀପ ଘରକୁ ଫେରି ଯାଇ ଏକ ଛୁରା ଧରି ପୁଣି ଆସିଥିଲା ଏବଂ ଥଣ୍ଡା ଦିଅ ବୋଲି ମାଗିଥିଲା । ତେବେ ତମକୁ ଦିଆଯିବ ନାହିଁ ବୋଲି ବିଜୟ ରୋକଠୋକ୍ ଶୁଣାଇବା ପରେ ଦିଲ୍ଲୀପ ଧରି ଥିବା ଛୁରୀରେ ବିଜୟଙ୍କୁ ଆକ୍ରମଣ କରିବାରେ ତାଙ୍କର ମୁଣ୍ଡ ଓ ବାମ ହାତରେ ଗଭୀର ଆଘାତ ଲାଗିଥିଲା l ବିଜୟଙ୍କୁ ପରିବାର ଲୋକେ ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l

nis-ad
Leave A Reply

Your email address will not be published.