ଔରଙ୍ଗଜେବ କ୍ରୁର ଥିଲେ, କିନ୍ତୁ ହିନ୍ଦୁ ବିରୋଧୀ ନଥିଲେ : ଏନସିପି ନେତା

ମୁମ୍ବାଇ : ଏନସିପି ନେତା ତଥା ବିଧାୟକ ଜିତେନ୍ଦ୍ର ଅହଦ୍ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ମୋଗଲ ସମ୍ରାଟ୍ ଔରଙ୍ଗଜେବ ଜଣେ କ୍ରୁର ଶାସକ ଥିଲ, କିନ୍ତୁ ସେ ହିନ୍ଦୁ ବିରୋଧୀ ନଥିଲେ । ଏକ ଉଦାହରଣ ଦେଇ ସେ କହିଛନ୍ତି ଯେ ମହାରାଷ୍ଟ୍ରର ଏକ ବିଷ୍ଣ ମନ୍ଦିରକୁ ନଭାଙ୍ଗି ସେ ଛାଡ଼ିଦେଇଥିଲେ ।

ସେ କହିଛନ୍ତି ଯେ ପୂର୍ବରୁ ମରାଠା ଏକ ଜାତି ନଥିଲା ବରଂ ଏକ ଧର୍ମ ଥିଲା ଯାହାକୁ ଅନୁସରଣ କରାଯାଉଥିଲା । ସମ୍ଭାଦୀ ମହାରାଜ ଏହାକୁ ଏକ ଧର୍ମ ଭାବେ ପ୍ରତିଷ୍ଠା କରିଥିଲେ ଓ ତାହାକୁ ଆଗକୁ ନେଇଥିଲେ ।
ଔରଙ୍ଗଜେବଙ୍କ ଗୁଣଗାନ କରି ସେ କହିଛନ୍ତି ଯେ ଯେତେବେଳେ ଛତ୍ରପତି ସମ୍ଭାଜୀ ମହାରାଜଙ୍କୁ ବାହାଦୂରଗଡ଼କୁ ଅଣାଯାଇଥିଲା,ତାଙ୍କ ଆଖି ତାଡ଼ି ଦିଆଯାଇଥିଲା । ବାହାଦୂରଗଡ଼ ଦୂର୍ଗ ନିକଟରେ ଏକ ବିଷ୍ଣ ମନ୍ଦିର ଥିଲା, କିନ୍ତୁ ତାହାକୁ ଭଙ୍ଗା ଯାଇନଥିଲା । ଯଦି ଔରଙ୍ଗଜେବ ହିନ୍ଦୁ ବିରୋଧୀ ହୋଇଥାନ୍ତେ ସେ ମନ୍ଦିରକୁ ଛାଡ଼ିନଥାନ୍ତେ । ତେବେ ସେ କହିଛନ୍ତି ଯେ, ଔରଙ୍ଗଜେବ ନିଜ ଭାଇ ଓ ପିତାଙ୍କ ହତ୍ୟା କରିଥିଲେ । ଏଣୁ ସେ ଜଣେ ଅତ୍ୟନ୍ତ କ୍ରୁର ବ୍ୟକ୍ତି ଥିଲେ ।

ଏନସିପି ବିଧାୟକଙ୍କ ଏହି ବୟାନର ଜବାବରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ଏନସିପି ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଅପମାନ କରୁଛି । ଔରଙ୍ଗଜେବ ମହାରାଷ୍ଟ୍ରରେ ଅନେକ ମନ୍ଦିର ଭାଙ୍ଗିଥିଲା ଓ ମହିଳାଙ୍କ ଅତ୍ୟାଚାର କରିଥିଲା ।

nis-ad
Leave A Reply

Your email address will not be published.