ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲା: ଆସିଲା ମୃତ ଯୁବତୀଙ୍କ ପୋଷ୍ଟମର୍ଟମ ରିପୋର୍ଟ…

ନୂଆଦିଲ୍ଲୀ: ଦିଲ୍ଲୀ କଞ୍ଝାବଲା ହିଟ୍ ଆଣ୍ଡ ରନ୍ ମାମଲାରେ ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ତାଙ୍କର ଗୁପ୍ତାଙ୍ଗାରେ କୌଣସି କ୍ଷତ ଚିହ୍ନ ନାହିଁ। ଏଥିସହ ଦିଲ୍ଲୀ ପୁଲିସ ମଧ୍ୟ ମୃତ ଅଞ୍ଜଳିଙ୍କ ସହ କୌଣସି ଦୁଷ୍କର୍ମ ହୋଇନଥିବା କହିଛି।
ପୁଲିସ ଅନୁସାରେ ମୃତ ଯୁବତୀ ନିଜ ପରିବାରର ଏକମାତ୍ର ରୋଜଗାରର ମାଧ୍ୟମ ଥିଲେ। ଡିସେମ୍ବର ୩୧ ତାରିଖ ରାତିରେ ତାଙ୍କ ସ୍କୁଟି ସହ ଏକ କାର୍ ଧକ୍କା ହୋଇଥିଲା। ଏହାପରେ ସେ କାର୍ ତଳେ ଫସି ଯାଇଥିଲେ । ପ୍ରାୟ ୧୨ କିଲୋମିଟର ଯାଏଁ ପୀଡିତାଙ୍କୁ କାର୍ ଘୋଷାଡି ନେଇଥିଲା। ଏହାପରେ କଞ୍ଝାବଲର ଏକ ରାସ୍ତାରେ ନିବସ୍ତ୍ର ଅବସ୍ଥାରେ ଯୁବତୀଙ୍କ ମୃତଦେହ ମିଳିଥିଲା।
ସେପଟେ ଏହି ମାମଲାର ଅଭିଯୁକ୍ତ ଥିବା ୫ ଜଣଙ୍କୁ ପୁଲିସ ଗିରଫ କରି ସେମାନଙ୍କ ନାଁ ଜାରି କରିଛି। ଏମାନଙ୍କ ନାଁ ହେଉଛି ମନୋଜ ମିତଲ, ଯିଏକି ଜଣେ ବିଜେପି ସଦସ୍ୟ ବୋଲି ଜଣାପଡିଛି। ସେହିପରି ଦୀପକ ଖନ୍ନା ହେଉଛି ଜଣେ ଡ୍ରାଇଭର, ଅମିତ ଖନ୍ନା ଜଣେ ବ୍ୟାଙ୍କ କର୍ମଚାରୀ, କ୍ରିଷ୍ଣା ଜଣେ ବେସରକାରୀ ସଂସ୍ଥାର କର୍ମଚାରୀ, ମିଥୁନ ହେଉଛି ହେୟାର ଡ୍ରେସର।

ଆମ ଆଦମୀ ପାର୍ଟି ନେତା ସୌରଭ ଭରଦ୍ୱାଜ ଏକ ଫଟୋ ଟୁଇଟ କରିଛନ୍ତି। ଯେଉଁଥିରେ ମନୋଜ ମିତଲଙ୍କ ଫଟୋ ବିଜେପି ହୋଡିଙ୍ଗସରେ ଦେଖିବାକୁ ମିଳିଛି। ସେପଟେ ପୁଲିସ କହିଛି ଏହି ସମସ୍ତ ଅପରାଧୀ ହେଉଛନ୍ତି ସୁଲତାନପୁରୀ ଅଞ୍ଚଳର। ଆଇପିସି ଧାରା ୨୯୭ ଅନୁଯାୟୀ ଅପରାଧିକ ଷଡଯନ୍ତ୍ରରେ ମାମଲା ରୁଜୁ ହୋଇଛି। ଏହି ୫ ଅଭିଯୁକ୍ତଙ୍କୁ ତିନି ଦିନିଆ ରିମାଣ୍ଡରେ ପଠାଯାଇଛି।
ଘଟଣା ଦିନ ସମସ୍ତ ୫ ଅଭିଯୁକ୍ତ ନିଶାଶକ୍ତ ଅବସ୍ଥାରେ ଥିଲେ। ଏମାନଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟକୁ ଅପେକ୍ଷା ରହିଛି ବୋଲି ପୁଲିସ କହିଛି।

nis-ad
Leave A Reply

Your email address will not be published.