ରାଜ୍ୟସ୍ତରୀୟ ଶୀତ ମହୋତ୍ସବ ୨ୟ ପ୍ରସ୍ତୁତି ବୈଠକ…

ଦାରିଙ୍ଗବାଡି,୩୧/୧୨ : ଓଡ଼ିଶାର ଭୂସ୍ବର୍ଗ ତଥା କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଠାରେ ଜାନୁଆରୀ ୭ ତାରିଖ ଠାରୁ ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ ପାଳନ ନେଇ ବ୍ଲକ ସଭାଗୃହ ୨ୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ବିଧାୟକ ସାଲୁଗା ପ୍ରଧାନ ଅଧ୍ୟକ୍ଷତା କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ବିଡ଼ିଓ ଗଦାଧର ପାତ୍ର ଏହାର ପରିଚାଳନା କରିଥିଲେ । ଶୀତ ମହୋତ୍ସବ କିଭଳି ହେବ, କମିଟିର କର୍ମକର୍ତ୍ତା ଚୟନ, ସାଂସ୍କୃତିକ କାର୍ଯ୍ୟକ୍ରମରେ କେଉ ଦଳ ସବୁ ଭାଗ ନେବେ,କାର୍ଯ୍ୟକ୍ରମରେ କିଏ କେଉଁ ଦିନ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ରହିବେ ସେନେଇ ଆଲୋଚନା ହୋଇଥିଲା । କରୋନ ହେବା ଫଳରେ ୨୦୨୦ ମସିହା ଠାରୁ ଦୁଇ ବର୍ଷ ହେବ ଶୀତ ମହୋତ୍ସବ ବନ୍ଦ ରହିଥିଲା । ହେଲେ ଏହି ବର୍ଷ ବଡ଼ ଆଡମ୍ବରରେ ପାଳନ ହେବ । ଆସନ୍ତା ଜାନୁଆରୀ ମାସ ୭ ତାରିଖରୁ ୫ଦିନ ଧରି ଶୀତ ମହୋତ୍ସବ ପାଳନ ହେବ । ଏହା ପୂର୍ବରୁ କିଛି କ୍ରୀଡା କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ, ସାଂସଦ ପ୍ରତିନିଧି ଅକ୍ଷୟ ନାୟକ, ପତୀତପାବନ ରାଉତ ସମେତ ବଣିକ ସଂଘ, ହୋଟେଲ ମାଲିକ ସଂଘର ସଦସ୍ୟ ମାନେ ଯୋଗ ଦେଇ ଥିଲେ ।

nis-ad
Leave A Reply

Your email address will not be published.