ତିନିଜଣ ଏନ୍ଏସି କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା…

ବୁଗୁଡା : ବୁଗୁଡା ଏନ୍ଏସିରେ କାର୍ଯ୍ୟରତ ତିନି ଜଣ କର୍ମଚାରୀଙ୍କୁ ଶନିବାର ଦିନ ବଦଳି କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବୁଗୁଡା ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ ଦାସଙ୍କ ଉପସ୍ଥିତିରେ କୋଦଳା ଏନ୍ଏସିକୁ ବଦଳି ହୋଇଥିବା ରାମକୃଷ୍ଟ ପଟ୍ଟନାୟକ ଓ ରଞ୍ଜନ କୁମାର ପ୍ରଧାନ ଏବଂ ଭବାନୀପାଟଣାକୁ ବଦଳି ହୋଇଥିବା ସୁଶାନ୍ତ କୁମାର ଜେନାଙ୍କୁ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ବୁଗୁଡା ଏନ୍ଏସି ପକ୍ଷରୁ ଆଯୋଜିତ ଏହି କାର୍ଯ୍ୟକ୍ରମରେ ପୌର କର୍ମଚାରୀ ସଂଘ ସଭାପତି ପିତବାସ ପ୍ରଧାନ, ଉପସଭାପତି ଜଗଦୀଶ ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ରବିନ୍ଦ୍ର ନାଥ ପାଢୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ତିନି ଜଣ କର୍ମଚାରୀଙ୍କ ନିଷ୍ଠାପର କର୍ତ୍ତବ୍ୟ ସଂପର୍କରେ ବକ୍ତବ୍ଯ ପ୍ରଦାନ କରିଥିଲେ।

nis-ad
Leave A Reply

Your email address will not be published.