ବୋରିଗୁମ୍ମାରେ ୮ ନବଜାତ ଶିଶୁଙ୍କ ମୃତ୍ୟୁ ମାମଲା: ନୋଟିସ୍ ଜାରି କଲେ ଜାତୀୟ ମାନବ ଅଧିକାର କମିସନ…

କୋରାପୁଟ: ବୋରିଗୁମ୍ମାରେ ୮ ନବଜାତ ଶିଶୁଙ୍କ ମୃତ୍ୟୁ ମାମଲା । ନୋଟିସ୍‌ ଜାରି କଲେ
ଜାତୀୟ ମାନବିକ ଅଧୂକାର କମିଶନ । ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ସଚିବଙ୍କୁ ରିପୋର୍ଟ ତଲବ
କରାଯାଇଛି । ୪ ସପ୍ତାହ ମଧ୍ଯରେ କାର୍ଯ୍ୟନୁଷ୍ଠାନ ରିପୋର୍ଟ୍‌ ଏଟିଆର୍‌) ଦାଖଲ ପାଇଁ ନିର୍ଦ୍ଦେଶ ମଧ୍ଯ ରହିଛି
|

ଖବର ଅନୁଯାୟୀ, ମାନବିକ ଅଧୂକାର କର୍ମୀ ଶ୍ରୀ ଅଖଣ୍ଡ ଏନେଇ ଏନଏଚଆରମିଙ୍କ ନିକଟରେ ପିଟିସନ୍‌
ଦାୟର କରିଥୁଲେ । ଅଖଣ୍ଡ ତାଙ୍କ ପିଟିସନରେ ଦର୍ଶାଇଥୁଲେ ଯେ ବୋରିଗୁମ୍ମା ବ୍ଲକର କାଠରଗଡା
ପଞ୍ଚାୟତର ନୂଆଗୁଡା ଗାଁରେ ଗତ ୩ ଡିସେମ୍ବରରେ ଦୁଇ ଜଣ ଶିଶୁପୁତ୍ରଙ୍କର ମୃତ୍ୟୁ ଘଟିଥୂଲା । ଜଣେ
ଦୁଇମାସର ହୋଇଥୁବା ବେଳେ ଆଉ ଜଣେ ଶିଶୁ ଜନ୍ମ ହେବାର ଦୁଇ ଦିନ ମଧ୍ଯରେ ହିଁ ପ୍ରାଣ
ହରାଇଥୁଲେ । ଏହା ପରେ ପରେ ସେହି ସପ୍ତାହରେ ଶଶାହାଣ୍ଡି ଗାଁର ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥୁଲା ।
୧୩ ତାରିଖରେ ବାଲିଗୁଡା ଓ ନାରିଗାଁରେ ଦୁଇଜଣ ଶିଶୁଙ୍କର ମୃତ୍ୟୁ ହୋଇଥଲା । ପୁଣି ସେହି ରାତିରେ
ବିବଲିଗୁଡା ଗାଁର ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଲା । ଡାକ୍ତରଖାନାରେ ଚିକିତ୍ସା ସମୟରେ ଅଧ୍ଵକାଂଶ ଶିଶୁ
ପ୍ରାଣ ହରାଇଛନ୍ତି । ଏହି ଦୁର୍ଗମ ଆଦିବାସୀ ଅଞ୍ଚଳରେ ଠିକ୍‌ ସ୍ବାସ୍ଥ୍ୟ ସେବା ନଥୁବାରୁ ଏଭଳି ଅଭାବନୀୟ
ପରିସ୍ଥିତି ସୃଷ୍ଟ ହୋଇଛି ବୋଲି ପିଟିସନକାରୀ ଦର୍ଶାଇଛନ୍ତି ।

ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ଜରୁରୀକାଳିନ ସ୍ଥିତିରେ ଆବଶ୍ୟକ ଚିକିତ୍ସା ସୁବିଧା ନଥୁବାରୁ ଅକାଳରେ
ଶିଶୁମାନଙ୍କର ମୃତ୍ଯୁ ହେଉଛି । ଏସବୁ ମୃତ୍ଯୁ ଘଟଣାର ତଦନ୍ତ ମଧ୍ଯ କରାଯାଇନାହିଁ । ସରକାର
ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବା କରିବାକୁ ଡିକ୍ତିମ ପିଟୁଥୁଲେ ହେଁ ଗ୍ରାମାଞ୍ଚଳରେ ମୌଳିକ ସ୍ବାସ୍ଥ୍ୟ ସୁବିଧା
ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି ବୋଲି ଶ୍ରୀ ଅଖଣ୍ଡ ଅଭିଯୋଗ କରିଛନ୍ତି । କମିଶନ
ପିଟିସନରେ ଦର୍ଶାଯାଇଥୁବା ଅଭିଯୋଗଗୁଡିକୁ ବିଚାର କରି ଏ ଦିଗରେ କେଉଁ ସବୂ ପଦକ୍ଷେପ
ନିଆଯାଇଛି । ଚାରି ସପ୍ତାହ ମଧ୍ଯରେ ଜଣାଇବାକୁ ମୁଖ୍ୟ ଶାସନ ସଚିବ ଓ ସ୍ବାସ୍ଥ୍ୟ ସଚିବଙ୍କୁ ନିର୍ଦେଶ
ଦେଇଛନ୍ତି । ମୃତକ ଶିଶୁମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ, ବିଶେଷଜ୍ଞମାନଙ୍କ ଦ୍ବାର
ଶିଶୁମୃତ୍ୟୁର କାରଣ, ଆଦିବାସୀ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ତଦାରଖ ପାଇଁ କମିଶନଙ୍କ ନିଜ ଟିମ୍‌ ପ୍ରେରଣ
ଆଦି ପାଇଁ ଶ୍ରୀ ଅଖଣ୍ଡ କମିଶନଙ୍କୁ ନିବେଦନ କରିଛନ୍ତି ।

nis-ad
Leave A Reply

Your email address will not be published.