୨୦୨୨ରେ ୧୭୪ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସଂପତ୍ତି ଜବତ କରିଛି ଓଡ଼ିଶା ଭିଜିଲାନ୍ସ…

କଟକ: ଓଡ଼ିଶା ଭିଜିଲାନ୍ସ-୨୦୨୨ର ସମୀକ୍ଷା ହୋଇଛି। ଏହା ଅନୁଯାୟୀ, ୨୦୨୨ରେ ମୋଟ ୨୮୫ କ୍ରାଇମବ୍ରାଞ୍ଚ ମାମଲା ପଞ୍ଜିକୃତ ହୋଇଛି। ଏହି ବର୍ଷ ୨୦୦ ଜଣ ସରକାରୀ ଅଧିକାରୀ ଏବଂ ଅନ୍ୟମାନଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏଣେ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୮୪ଟି ମାମଲା ପଞ୍ଜିକୃତ ହୋଇଛି। ଏହି ବାବଦରେ ୧୭୪ କୋଟିରୁ ଅଧିକ ଟଙ୍କା ମୂଲ୍ୟର ସଂପତ୍ତି ଜବତ ହୋଇଛି।

୨୦୨୨ରେ ଓଡ଼ିଶା ଭିଜିଲାନ୍ସରେ ୧୧୮ଟି ଟ୍ରାପ୍ କେସ୍ ପଞ୍ଜିକୃତ ହୋଇଛି। ଏଥିମଧ୍ୟରେ ଲାଞ୍ଚ ନେବା ବେଳେ ୧୨୬ ଜଣ ସରକାରୀ କର୍ମଚାରୀଙ୍କୁ ଧରିବାରେ ସଫଳ ହୋଇଛି ଭିଜିଲାନ୍ସ। ସେମାନଙ୍କଠାରୁ ୩୬.୯୪ ଲକ୍ଷ ଟଙ୍କା ଜବତ ହୋଇଛି। ଓଡ଼ିଶା ଭିଜିଲାନ୍ସର ଇତିହାସରେ ଟ୍ରାପ୍ କେସରେ ୪ ଥର ସର୍ବାଧିକ ନଗଦ ଟଙ୍କା ଜବତ ହୋଇଛି। ଏହା ବାବଦରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ଅର୍ଥ ଜବତ କରାଯାଇଛି।

୨୦୨୨ରେ ଓଡ଼ିଶା ଭିଜିଲାନ୍ସ ୬୦ ଜଣ ପ୍ରଥମ ଶ୍ରେଣୀ ସରକାରୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି, ଯାହା ବିଗତ  ୫ ବର୍ଷ ମଧ୍ୟରେ ସର୍ବୋଚ୍ଚ ବୋଲି ଜଣାଯାଇଛି। ଗତ ୨୦୨୧ରେ ୪୬ ଓ ୨୦୨୦ରେ ୫୩, ୨୦୧୯ରେ ୪୯ ଏବଂ ୨୦୧୮ରେ ୫୨ ଜଣ ପ୍ରଥମ ଶ୍ରେଣୀ  ସରକାରୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ଏଣେ ୨୦୨୨ରେ ୩୮୮ ଜଣ ଭାରତୀୟ ସେବା ଏବଂ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଓଡ଼ଶା ଭିଜିଲାନ୍ସ ଏକାଡେମିରେ ତାଲିମ ପାଇଥିବା ନେଇ ଏହି ସମୀକ୍ଷା ରିପୋର୍ଟରେ ସୂଚନା ଦିଆଯାଇଛି।

nis-ad
Leave A Reply

Your email address will not be published.