ଗଛରେ ପିଟିହେଲା ତୀର୍ଥଯାତ୍ରୀ ବସ୍‌, ୬ ଗୁରୁତର ଆହତ…

ବୌଦ୍ଧ: ଗଛରେ ପିଟିହେଲା ତୀର୍ଥଯାତ୍ରୀ ବସ୍‌ । ବୌଦ୍ଧ NH ୫୭ ହରେକୃଷ୍ଣପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡ ଗଛରେ ପିଟି ହେଲା ବସ୍‌ । ୬ଜଣ ତୀର୍ଥଯାତ୍ରୀ ଗୁରୁତର ଆହତ। ଅଳ୍ପକେ ବର୍ତ୍ତିଲେ ୪୦ଜଣ ତୀର୍ଥଯାତ୍ରୀ । ପୁରୀରେ କାଳିଆ ଦର୍ଶନ ସାରି ନୃସିଂହନାଥଙ୍କୁ ଦର୍ଶନ କରିବାକୁ ବଲାଙ୍ଗୀର ଯାଉଥିଲେ ତୀର୍ଥଯାତ୍ରୀ । ସମସ୍ତ ତୀର୍ଥଯାତ୍ରୀ ଛତିଶଗଡ଼ ରାୟପୁର ଅଞ୍ଚଳର । ଆହତଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଛତିଶଗଡ଼ ରାୟପୁରରୁ ପୁରୀକୁ ଜଗନ୍ନାଥ ଦର୍ଶନ ପାଇଁ ୪୦ ଜଣ ତୀର୍ଥଯାତ୍ରୀ ଆସିଥିଲେ । ଆଜି ସକାଳେ ନୃସିଂନାଥ ଅଭିମୁଖେ ଯାଉଥିବାବେଳେ ହରେକୃଷ୍ଣପୁର ଗାଁ ନିକଟରେ ଗଛରେ ପିଟି ହୋଇଯାଇଥିଲା । ବୌଦ୍ଧ ଆଦର୍ଶ ଥାନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.