ଆତଙ୍କବାଦକୁ ବ୍ୟବହାର କରି ଆଲୋଚନା ପାଇଁ ବାଧ୍ୟକରାଯାଇ ପାରିବନି: ବୈଦେଶିକ ମନ୍ତ୍ରୀ…

ନିକୋସିଆ: ପାକିସ୍ତାନକୁ ଟାର୍ଗେଟ କରି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଆତଙ୍କବାଦକୁ ଅସ୍ତ୍ର ଭାବେ ବ୍ୟବହାର କରି କେହି ବି ଭାରତକୁ ଆଲୋଚନା ପାଇଁ ବାଧ୍ୟ କରିପାରିବେ ନାହିଁ। ସାଇପ୍ରସରେ ଭାରତୀୟ ବଂଶୋଦ୍ଭବମାନଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ପାକିସ୍ତାନ ନାଁ ନନେଇ ଜୟଶଙ୍କର କହିଛନ୍ତି ଯେ “ଆମେ କେବେ ହେଲେ ଏହି ପ୍ରସଙ୍ଗକୁ ଛାଡ଼ିବୁ ନାହିଁ। ଆତଙ୍କବାଦ ଦ୍ୱାରା ଭାରତକୁ ଆଲୋଚନା ପାଇଁ ବାଧ୍ୟ କରିବା ଉଦ୍ୟମକୁ ଆମେ କେବେ ହେଲେ ଅନୁମତି ଦେଇପାରିବୁ ନାହିଁ।

ଆମେ ପଡ଼ୋଶୀଙ୍କ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛୁ। କିନ୍ତୁ ଭଲ ସମ୍ପର୍କର ଅର୍ଥ ନୁହେଁ ଯେ ଆମେ ଆତଙ୍କବାଦକୁ ଅଣଦେଖା କରିବୁ। ଆତଙ୍କବାଦକୁ ଅଣଦେଖା କରି ବା ଆତଙ୍କବାଦ ପାଇଁ ଆମେ ଆଲୋଚନା ଟେବୁଲକୁ ଯାଇ ପାରିବୁ ନାହିଁ। ଏହି ପ୍ରସଙ୍ଗରେ ଆମ ଆଭିମୁଖ୍ୟ ସ୍ପଷ୍ଟ ରହିଛି।

ଦ୍ୱିତୀୟ ପ୍ରସଙ୍ଗ ହେଲା ଆମ ସୀମା। ଆମ ସୀମାରେ ଅନେକ ଚ୍ୟାଲେଞ୍ଜ ରହିଛି। କରୋନା ବେଳେ ସୀମାରେ ଚ୍ୟାଲେଞ୍ଜ ଅଧିକ ମାତ୍ରାରେ ସୃଷ୍ଟି ହୋଇଥିଲା। ଆମେ ସମସ୍ତେ ଜାଣୁଛି ଯେ ଚାଇନା ସହ ଆମର ସମ୍ପର୍କ ସ୍ୱାଭାବିକ ନାହିଁ। ଏକପାଖିଆ ଭେବେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ର ସ୍ଥିତାବସ୍ଥା ପରିବର୍ତ୍ତନକୁ ଆମେ ଗ୍ରହଣ ନ କରିବାରୁ ସମ୍ପର୍କ ଅସ୍ୱାଭିବକ ରହିଛି। ତେଣୁ ଆମ ବିଦେଶ ନୀତି, କୂଟନୀତିକ ନୀତି ଓ ଯୋଜନା ସମ୍ପର୍କରେ ସମସ୍ତେ ଅବଗତ ରହିଛନ୍ତି। ଖାସ ଏହି କାରଣ ପାଇଁ ମୁଁ ଏଠାକୁ ଆସିଛି।”

ଭାରତ ସରକାର ସାଇପ୍ରସ ସହ ଡିଫେନ୍ସ ଅପରେସନ କୋପୋରେସନ, ପ୍ରବାସୀ ଓ ଉଭୟ ଦେଶର ଲୋକଙ୍କୁ ଯାତାୟାତ ପାଇଁ ଆଇନଗତ ସୁବିଧା ଯୋଗାଇ ଦେବା, ଅନ୍ତର୍ଜାତୀୟ ସୋଲାର ଆଲିଏନ୍ସ ଚୁକ୍ତି ପାଇଁ ବୁଝାମଣା କରୁଥିବା ଜୟଶଙ୍କର ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.