ବ୍ରହ୍ମପୁର ସହରତଳି ଅଞ୍ଚଳ ମିଳିତ କ୍ରିୟାଅନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ଉଦେଶ୍ୟରେ ଆରଡିସିଙ୍କୁ ସ୍ମାରକପତ୍ର…

ବ୍ରହ୍ମପୁର : ବ୍ରହ୍ମପୁର ସହରତଳି ଅଞ୍ଚଳ ମିଳିତ କ୍ରିୟାଅନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ଉଦେଶ୍ୟରେ ଆରଡିସିଙ୍କୁ ସ୍ମାରକପତ୍ର ଦିଆଗଲା l ବ୍ରହ୍ମପୁର ଉପଖଣ୍ଡକୁ ବ୍ରହ୍ମପୁର ଜ଼ିଲ୍ଲା ଭାବେ ମାନ୍ୟତା ପ୍ରଦାନ କରିବାକୁ ଦାବି କଲେ କମିଟି, ଯଦି ପଦ୍ମପୁର ପରି କ୍ଷୁଦ୍ର ଅଞ୍ଚଳକୁ ଜ଼ିଲ୍ଲା ହୋଇପାରେ ତାହାହେଲେ ବ୍ରହ୍ମପୁର ଉପଖଣ୍ଡ ଅଞ୍ଚଳ କାହିଁକି ଜ଼ିଲ୍ଲା ହୋଇପାରିବ ନାହିଁ ବୋଲି କମିଟି ପ୍ରଶ୍ନ କରିଛି l ଯଦି ବ୍ରହ୍ମପୁର ଉପଖଣ୍ଡକୁ ଜ଼ିଲ୍ଲାର ମାନ୍ୟତା ନ ଦିଆଯାଏ ତାହାହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି l ଏଥିରେ ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ, ସମ୍ପାଦକ ଶିବ ପ୍ରସାଦ ମିଶ୍ର, ସରିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.