ରୁଷ୍ ନାଗରିକ ମୃତ୍ୟୁର ତଦନ୍ତ ପାଇଁ ୫ ଜଣିଆ ଟିମ ଗଠନ କଲା କ୍ରାଇମବ୍ରାଞ୍ଚ୍

କଟକ: ରାୟଗଡା ରେ ଦୁଇ ରୁଷୀୟ ନାଗରିକଙ୍କ ରହସ୍ୟଜନକ ମୃତ୍ୟ ଘଟଣାର ତଦନ୍ତ ପାଇଁ ତତ୍ପର ହୋଇଉଠିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ପକ୍ଷରୁ ପାଞ୍ଚଜଣ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ।
ଏହି ଟିମର ନେତୃତ୍ୱ ନେଉଛନ୍ତି ଡିଏସପି ତପନ କୁମାର ଦାଶ। ଏହା ବ୍ୟତୀତ ଏଥିରେ ୨ ଜଣ ଇନ୍ସପେକ୍ଟର ଏବଂ ଜଣେ ଏଏସଆଇ ଅଛନ୍ତି । ଟିମ୍ ରାୟଗଡ ଜିଲ୍ଲା ପୋଲିସ୍ ସହିତ ଯୋଗାଯୋଗ କରି ସମସ୍ତ ମେଡିକାଲ୍ ଏବଂ ପୁଲିସ ତଦନ୍ତ କାଗଜପତ୍ର ଏବଂ ଫଟୋଗ୍ରାଫ୍ ସଂଗ୍ରହ କରିଛି ।
ପାନାସେଙ୍କୋ ନାଟାଲିଆ ଏବଂ ତୁରୋଭ ମିଖାଇଲ୍ ନାମକ ଦୁଇ ରୁଷ ନାଗରିକଙ୍କୁ ଆଜି ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ପଚାରାଉଚୁରା କରିଥିଲା । ଟିମ ସେମାନଙ୍କ ଅନୁବାଦକ ଯଥା ଗାଇଡ୍ ଜିତେନ୍ଦ୍ର ସିଂଙ୍କୁ ବି ଯାଞ୍ଚ କରିଛନ୍ତି । କ୍ରାଇମବ୍ରାଞ୍ଚ୍ ଟିମ୍ ମଧ୍ୟ ଇନୋଭା କାରର ଡ୍ରାଇଭର ନଟବର ମହାନ୍ତିଙ୍କୁ ପଚାରାଉଚୁରା କରିଛି । କାରଣ ସେ ସେମାନଙ୍କ ଓଡିଶା ଯାତ୍ରା ସମୟରେ କାର ଚଳାଉଥିଲେ। କ୍ରାଇମବ୍ରାଞ୍ଚ ମଧ୍ୟ ସେମାନଙ୍କ ପାସପୋର୍ଟର କପି ଏବଂ ଭାରତରେ ଭ୍ରମଣ ସମ୍ବନ୍ଧୀୟ ସହାୟକ ଦଲିଲ ସଂଗ୍ରହ କରିଛି ।

ଅନ୍ୟପକ୍ଷରେ ମୃତକଙ୍କ ଭିସେରା ପରୀକ୍ଷା ପାଇଁ ନୂଆଦିଲ୍ଲୀ ଏମ୍ସ ପଠାଯିବାର ସମ୍ଭାବନା ରହିଛି । ଋଷୀୟ ଭାଷାର ଅନୁବାଦ ପାଇଁ ଜଣଙ୍କୁ ନିୟୋଜିତ କରାଯାଇଥିବାବେଳେ ଆଉ ଜଣଙ୍କ ସାହାଯ୍ୟ ନେବାକୁ ଯୋଗାଯୋଗ କରାଯାଉଛି । ପାବେଲ ଆଟୋଭଙ୍କ ମରଶରୀର ସଂସ୍କାର ପାଇଁ ତାଙ୍କ ପରିବାର ଦେଇଥିବା ଚିଠିର ସତ୍ୟତା ମଧ୍ୟ ଯାଞ୍ଚ କରୁଛି କ୍ରାଇମ ବ୍ରାଞ୍ଚ । ଘଟଣା ଘଟିଥିବା ହୋଟେଲର ୨ ଟି ରୁମକୁ ସିଲ କରାଯାଇଛି କ୍ରାଇମ ବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

nis-ad
Leave A Reply

Your email address will not be published.