ସାଂସଦଙ୍କ ମୃତ୍ୟୁ ପଛରେ କୌଣସି ଅପରାଧିକ ଷଡ଼ଯନ୍ତ୍ର ନାହିଁ : ରୁଷ୍

ଭୁବନେଶ୍ବର : ଓଡ଼ିଶାର ରାୟଗଡ଼ାଠାରେ ମୃତ୍ୟୁବରଣ କରିଥିବା ରୁଷୀୟ ସାଂସଦ ପଭେଲ ଆଣ୍ଟୋଭ୍ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଡେନୋଭ ପ୍ରସଙ୍ଗରେ ଏକ ବୟାନ ଜାରି କରିଛି ରୁଷ । ରୁଷ ଦୂତାବାସ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ ଏମାନଙ୍କ ମୃତ୍ୟୁ ପଛରେ କୌଣସି ଅପରାଧିକ ଷଡ଼ଯନ୍ତ୍ର ଥିବା ପୁଲିସ ପାଇନାହିଁ ।

ପାଭେଲ ଆଣ୍ଟୋଭ ରୁଷର ଜଣେ ସାଂସଦ ହୋଇଥିବାବେଳେ ରାଷ୍ଟ୍ରପତି ପୁଟିନଙ୍କ ଜଣେ ସମାଲୋଚକଭାବେ ଜଣାଶୁଣା ଥିଲେ । କିଛି ଦିନ ପୂର୍ବେ ସେ ପୁଟିନଙ୍କୁ ସମାଲୋଚନା କରିବା ପରେ ପରେ ତାହାକୁ ପ୍ରତ୍ୟାହାର କରିନେଇଥିଲେ ।
ଗତ ୨୨ ତାରିଖରେ ବିଡେନୋଭଙ୍କ ମୃତଦେହ ରାୟଗଡ଼ା ହୋଟେଲରୁ ମିଳିଥିଲା । ଏହାର ୩ ଦିନ ପରେ ଅର୍ଥାତ ୨୫ ତାରିଖରେ ଆଣ୍ଟୋଭ୍ ୩ ମହଲା ଉପରୁ ଖସିପଡ଼ି ପ୍ରାଣ ହରାଇଥିଲେ । ଭାରତରେ ଥିବା ରୁଷ ଦୂତାବାସର ଅନୁମତି କ୍ରମେ ରାୟଗଡ଼ାରେ ହିଁ ଆଣ୍ଟୋଭଙ୍କ ଅନ୍ତେଷ୍ଟି କରାଯାଇଥିଲା ।

ଅନ୍ୟପକ୍ଷରେ ଏହି ଦୁଇଜଣଙ୍କ ମୃତ୍ୟୁ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗରେ ପରିଣତ ହେଉଥିବାରୁ ଓଡ଼ିଶା ଡିଜିପି ସୁନୀଲ କୁମାର ବନସଲ ଏହାକ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଛନ୍ତି ।

nis-ad
Leave A Reply

Your email address will not be published.