ବୁଦ୍ଧଖୋଲରେ ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବଚ୍ଛତା ରକ୍ଷା କାର୍ଯ୍ୟକ୍ରମ…

ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ରସାୟନ ବିଜ୍ଞାନ ବିଭାଗ ପକ୍ଷରୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତଥା ଶୈବପୀଠ ବୁଦ୍ଧଖୋଲରେ ଏକ ସ୍ବଚ୍ଛତା ରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଭାଗର ୭୦ ଜଣ ଛାତ୍ରଛାତ୍ରୀ ଅଂଶ କରି ଗଙ୍ଗାଧର, ଜଗଦେଶ୍ବର, ମକରେଶ୍ବର, ବୁଦ୍ଧେଶ୍ବର ଓ ସିଦ୍ଧେଶ୍ଵର ଆଦି ମନ୍ଦିର ଗୁଡିକର ପାରିପାର୍ଶ୍ବିକ ପରିବେଶକୁ ସଫେଇ କରି ସ୍ବଚ୍ଛତା ରକ୍ଷା କରିଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପକ ମନୋଜ କୁମାର ଦାସଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ ସ୍ବଚ୍ଛତା ରକ୍ଷା କାର୍ଯ୍ୟକ୍ରମରେ ପରିଚାଳକ ତଥା ପର୍ଯ୍ଯବେକ୍ଷକ ଭାବେ ଅଧ୍ଯାପକ ଶ୍ରୀକୃଷ୍ଣ ମଣ୍ଡଳ ଓ ବିଜେନ୍ଦ୍ର କୁମାର ଆଚାର୍ଯ୍ୟ , ଅଧ୍ଯାପିକା ଶୁଭସ୍ମିତା ମହାପାତ୍ର, କର୍ମଚାରୀ ଅନୀଲ୍ କୁମାର ଦାଶ ପ୍ରମୁଖ ନିୟୋଜିତ ରହିଥିଲେ । ସଂପ୍ରତି ଐତିହାସିକ ସ୍ଥଳୀ ବୁଦ୍ଧଖୋଲରେ ଦୈନିକ ବହୁ ସଂଖ୍ୟକ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ ଏହାକୁ ଆବର୍ଜନା ମୁକ୍ତ ରଖିବା ଜରୁରୀ ହୋଇପଢିଥିବା ବେଳେ ରସାୟନ ବିଜ୍ଞାନ ବିଭାଗୀୟ କଲେଜ ଛାତ୍ରଛାତ୍ରୀଙ୍କ ଏଭଳି ସ୍ବଚ୍ଛତା ରକ୍ଷା କାର୍ଯ୍ୟକ୍ରମ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଥିବା ଜଣାଯାଇଛି ।

nis-ad
Leave A Reply

Your email address will not be published.