ପାକ୍‌ ଡଙ୍ଗାରୁ ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ୩୦୦ କୋଟିର ନିଶାଦ୍ରବ୍ୟ…

ଅହମଦାବାଦ: ଗୋଟିଏ ବଡ଼ ବିପଦକୁ ଟାଳିବା ସହ ନିଶା କାରବାର ନେଟୱର୍କକୁ ପଣ୍ଡ କରି ଦେଇଛନ୍ତି ଭାରତୀୟ ସୁରକ୍ଷାକର୍ମୀ। ଭାରତୀୟ ଜଳ ରାଶିରେ ବୁଲୁଥିବା ପାକିସ୍ତାନର ଗୋଟିଏ ମାଛ ଧରା ଡଙ୍ଗାକୁ ଜବତ କରିଛନ୍ତି ସୁରକ୍ଷାକର୍ମୀ। ଏହି ଡଙ୍ଗାକୁ ମିଳିଛି ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ସହ ୪୦ କେଜିର ନିଶାଦ୍ରବ୍ୟ। ଏହି ଜବତ ନିଶାଦ୍ରବ୍ୟର ଦାମ ୩୦୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଡଙ୍ଗାରେ ଥିବା ୧୦ ଜଣ ପାକିସ୍ତାନୀଙ୍କୁ ମଧ୍ୟ ସୁରକ୍ଷାକର୍ମୀମାନେ ଗିରଫ କରିଛନ୍ତି।
ତଟରକ୍ଷୀ ବାହିନୀ ଡଙ୍ଗା ସହ ପାକିସ୍ତାନ ନାଗରିକମାନଙ୍କୁ ଗିରଫ କରି ଗୁଜରାଟ ଉପକୂଳ ଓଖାକୁ ଆଣିଛି। ଏ ସମ୍ପର୍କରେ ଭାରତୀୟ ତଟରକ୍ଷୀ ବାହିନୀ ଟ୍ୱିଟ କରିବା ସହ ପୂରା ଅପରେସନରେ ଗୁଜରାଟର ଆତଙ୍କବାଦ ନିରୋଧ ସ୍କ୍ୱାଡ(ଏଟିଏସ) ସକ୍ରିୟ ଭୂମିକା ଗ୍ରହଣ କରିଥିଲା ବୋଲି କହିଛି।
ତଟରକ୍ଷର ବାହିନୀ କହିଛି, ଏଟିଏସ୍ ଓ ତଟରକ୍ଷୀ ବାହିନୀର ସ୍ୱତନ୍ତ୍ର ଅପରେସନ ବେଳେ ଭାରତୀୟ ଜଳ ରାଶିରୁ ଅଲ ସୋହେଲି ନାମକ ଗୋଟିଏ ପାକିସ୍ତାନ ବୋଟକୁ କାବୁ କରାଯାଇଛି। ଏଥିରେ ୧୦ ଜଣ କ୍ରୁ ସଦସ୍ୟ ରହିଥିଲେ। ଡଙ୍ଗାକୁ ଓଖଲା ଉପକୂଳକୁ ଆଣି ଯାଞ୍ଚ କରାଯାଇଛି। ଏହା ଭିତରୁ ବିପୁଳର ପରିମାଣର ଗୁଳିଗୋଳା ଓ ୪୦ କେଜି ଓଜନର ନିଶାଦ୍ରବ୍ୟ ମିଳିଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୩୦୦ କୋଟି ଟଙ୍କା ହେବ। ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ କରାଯାଉଥିବା ତଟରକ୍ଷୀ ବାହିନୀ କହିଛି।
ଡଙ୍ଗା, ଏହା ମଧ୍ୟରୁ ଜବତ ହୋଇଥିବା ଜିନିଷ ଓ ଗିରଫ ହୋଇଥିବା ୧୦ ପାକିସ୍ତାନ ନାଗରିକଙ୍କ ଫଟୋ ମଧ୍ୟ ତଟରକ୍ଷୀ ବାହିନୀ ଟ୍ୱିଟ କରିଛି।

nis-ad
Leave A Reply

Your email address will not be published.