ବୋଲେରୋ ସହ ବାଇକ୍ ଧକ୍କା: ଜଣେ ମୃତ, ଜଣେ ଗୁରୁତର…

ଭଞ୍ଜନଗର: ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଭେଟନଈ ନିକଟରେ ବୋଲେରୋ ସହ ବାଇକ୍ ଧକ୍କା ରେ ଜଣେ ମୃତ, ଜଣେ ଗୁରୁତର ଆହତ । ମୃତକ ଜଣକ ଶଶାଙ୍କ କୁମାର ଷଡଙ୍ଗୀ । ତାଙ୍କ ଘର ନୟାଗଡ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ । ଆହତ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ , ଆସିକା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଉଭୟେ କୈାଣସି କାର୍ଯ୍ୟରେ ଓଡ଼ଗାଁରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ, ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଖବର ପାଇ ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି , ଦୁର୍ଘଟଣା ଗ୍ରସ୍ତ ଉଭୟ ଗାଡ଼ି ଓ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

nis-ad
Leave A Reply

Your email address will not be published.