ଜୱାହର ନବୋଦୟ ବିଦ୍ୟାଳୟ ତରଫରୁ ମୋତିଆ ବିନ୍ଦୁ ଅପରେସନ ଲାଗି ୨୨ ଜଣ ଲୋକଙ୍କୁ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟକୁ ନିଆଗଲା..

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଜୱାହର ନବୋଦୟ ବିଦ୍ୟାଳୟର ପୂର୍ବତନ ଛାତ୍ର ସଂଗଠନ ଦ୍ଵାରା ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ୨୨ ଜଣ ଲୋକଙ୍କୁ ମୋତିଆ ବିନ୍ଦୁ ଅପରେସନ ପାଇଁ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟକୁ ନିଆ ଯାଇଛି । ସୂଚନା ଥାଉ କି ଏହା ପୂର୍ବରୁ ଡିସେମ୍ବର ୧୦ ତାରିଖରେ ଏହି ଛାତ୍ର ସଂଗଠନ ର ସଭାପତି ସୁର ପ୍ରସାଦ ନାୟକ ଏବଂ ସମ୍ପାଦକ ନିଳ ମାଧବ ଦିଗାଲ ଙ୍କ ନେତୃତ୍ବରେ ଏକ ଆଖି ପରୀକ୍ଷା ଏବଂ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା, ଯେଉଁ ଥିରେ ୫୬ ଜଣଙ୍କ ମୋତିଆ ବିନ୍ଦୁ ଅପରେସନ ପାଇଁ ଚିହ୍ନଟ କରା ଯାଇଥିଲା । ସେଥି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୨ ଜଣ ମୋତିଆ ବିନ୍ଦୁ ରୋଗୀ ଏବଂ ସେମାନଙ୍କ ଦେଖା ଶୁଣା ପାଇଁ ୧୨ ଜଣ ସମ୍ପର୍କୀୟ ଙ୍କୁ ଚିକିତ୍ସା ପାଇଁ ପଠା ଯାଇଛି ଏହି କାର୍ଯ୍ୟକ୍ରମରେ ଉପ ସଭାପତି ଭ୍ରମର ବେହେରା, କୋଷାଧ୍ୟକ୍ଷ ଆରତୀ ସାହୁ, ପୂର୍ବତନ କୋଷାଧ୍ୟକ୍ଷ ଲଲାଟେନ୍ଦୁ ନାୟକ, ସଦସ୍ୟ ସୁକାନ୍ତ ବେହେରା,ବିନୋଦ ବେହେରା ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦେଖିବାକୁ ମିଳିଛି l ନେତ୍ର ଅପରେସନ ଅଭିମୁଖେ ସମ୍ବଲପୁର ଯାତ୍ରା କରୁଥିବା ସମସ୍ତ ବୃଦ୍ଧ ବୃଦ୍ଧା ମାନେ ନବୋଦୟ ବିଦ୍ୟାଳୟର ପୂର୍ବତନ ଛାତ୍ର ସଂଗଠନକୁ ଆନ୍ତରିକ ତାର ଧନ୍ୟବାଦ ଦେବାସହିତ ତାଙ୍କର ଶୁଭ କାମନା କରିଛନ୍ତି l

nis-ad
Leave A Reply

Your email address will not be published.