ବିଜେପି ଉପରେ ହମଲା କଲେ ଦେବୀ ମିଶ୍ର, ସୁର ରାଉତରାୟ କହିଲେ, କେବଳ ଅଭିନୟ…

ଭୁବନେଶ୍ବର: ରାଜ୍ୟରେ ବଢୁଥିବା ମହିଳା ହିଂସା ଓ ନେତା ମନ୍ତ୍ରୀମାନଙ୍କ ଅପରାଧରେ ସମ୍ପୃକ୍ତି ପ୍ରସଙ୍ଗକୁ ନେଇ ୨୬ ତାରିଖରେ ବିଜେପିର ସତ୍ୟାଗ୍ରହକୁ ନେଇ ବିଜେଡି ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜନୈତିକ ଦଳ ଭାବେ ବିଜେପି ତାର କାର୍ଯ୍ୟକ୍ରମ କରିପାରେ। ହେଲେ ଅଭିଯୋଗ ଆଣିବା ଆଧାରରେ ବିଜେପି କେବଳ ଅଭିଯୋଗ କରୁଛି। ୟୁପିରେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ପୁଅ କଣ କଲେ ତାହା ସମସ୍ତେ ଜାଣନ୍ତି ବୋଲି କହି ପାଲଟା ବିଜେପି ଉପରେ ହମଲା କରିଛନ୍ତି ବିଜେଡି ଉପ ସଭାପତି ଦେବୀ ମିଶ୍ର। ସେ ଆହୁରି କହିଛନ୍ତି, ବିଜୁ ଜନତା ଦଳ ଗୋଟେ ରାଜନୈତିକ ଦଳ ହୋଇ ରହି ନାହିଁ, ବରଂ ବିଜେଡି ଜନତାଙ୍କ ଉତ୍ଥାନ ପାଇଁ ଓ ଓଡ଼ିଶାର ଉତ୍ଥାନ ପାଇଁ ଏକ ଆନ୍ଦୋଳନରେ ପରିଣତ ହୋଇଛି।
ଅପରପକ୍ଷରେ ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ନିଜର ରଖି କହିଛନ୍ତି, ବିଜେଡି ଏବଂ ବିଜେପିର ଭିତିରି ବୁଝାମଣା ରହିଛି। ସେମାନଙ୍କ ଘନିଷ୍ଠତା ଅପୂର୍ଵ। ଲୋକସଭାରେ ଅନେକ ବିଲକୁ ସମର୍ଥନ କରିଛି ବିଜେଡି। ସେମାନଙ୍କ ମଧ୍ୟରେ ଭାଇ ଭାଇର ସମ୍ପର୍କ। ପ୍ରତିବାଦ କେବଳ ଅଭିନୟ। କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଜାରି ରହିଛି ଏବଂ କଂଗ୍ରେସ ଆସନ୍ତା ୨୮ ତାରିଖରେ ପ୍ରତିଷ୍ଠା ଦିବସ ପାଳନ କରୁଛି। ସଂଗଠନକୁ ସୁଦୃଢ କରିବା ପାଇଁ କଂଗ୍ରେସ ପଛେଇ ନାହିଁ। ପଛେଇବାର ପ୍ରଶ୍ନ ଉଠୁ ନାହିଁ।
ଉଲ୍ଲେଖଯୋଗ୍ୟ, ମହିଳା ବିରୋଧୀ, ନାରୀ ନିର୍ଯାତନା ଓ ବିଜେଡି ରାଜନୀତିକୁ ଅପରାଧୀକରଣ କରୁଥିବାରୁ ଏହାର ପ୍ରତିବାଦ କରିବ ବିଜେପି। ଏଥିଲାଗି ବିଜେପି ପକ୍ଷରୁ ଆସନ୍ତା ୨୬ ତାରିଖରେ ସବୁ ମଣ୍ଡଳରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ସତ୍ୟାଗ୍ରହ କରାଯିବ। ଏନେଇ ସୂଚନା ଦେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ୨୩ ବର୍ଷର ବିଜେଡିର ନିରଙ୍କୁଶ ଶାସନରେ ଓଡ଼ିଶା ଅପରାଧୀଙ୍କ ଚରା ଭୂଇଁ ପାଲଟିଛି। ବିଜେଡି ଓଡ଼ିଶାବାସୀଙ୍କ କାଳ ହୋଇଛି। ଶାନ୍ତିପ୍ରିୟ ରାଜ୍ୟ ଓ ଜଗନ୍ନାଥ ସଂସ୍କୃତିରେ ଓଡ଼ିଶାର ସୁଖ୍ୟାତି ରହିଛି। ବିଜେଡି ଶାସନର ୨୩ ବର୍ଷର ଉପଲବ୍ଧି ହେଉଛି, ହତ୍ୟା, ଯୌନ କେଳେଙ୍କାରୀ ଓ ମହିଳା ବିରୋଧୀ ହିଂସାରେ ତାଙ୍କ ନେତା ଓ ମନ୍ତ୍ରୀଙ୍କ ନାଆଁ ଆସୁଛି। ମମିତା ମେହେର ହତ୍ୟାକାଣ୍ଡରେ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି କଥା ରାଜ୍ୟବାସୀ ଜାଣିଛନ୍ତି। କୋର୍ଟରେ ତାରିଖ ଥିଲା, ନେତା ମନ୍ତ୍ରୀଙ୍କ ନାଁ ଖୁଲାସାର ଭୟ ଥିଲା, ସେଥିପାଇଁ ଗୋବିନ୍ଦ ସାହୁଙ୍କୁ ଜେଲ ଭିତରର ପୁଲିସ ମାଧ୍ୟମରେ ହତ୍ୟା କରାଗଲା।
ମାହାଙ୍ଗା ଡବଲ ମର୍ଡରରେ ୧୩ ନମ୍ବର ମୁଦାଲ ପ୍ରତାପ ଜେନା ଥିଲେ। ମୁଖ୍ୟ ଅଭିଯୁକ୍ତଙ୍କୁ ଟ୍ରକ ଚାପି ମାରି ଦିଆଗଲା। ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବରୁ ଶେଷ ଭିଡିଓରେ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶଙ୍କ ନାଆଁ ଉଲ୍ଲେଖ କରିଥିଲେ। ପରୀକୁ ହତ୍ୟା କରାଗଲା। ତା ମା ବାପା ଆତ୍ମାହୁତି ଉଦ୍ୟମ କରିଥିଲେ। ସମ୍ପୃକ୍ତ ମନ୍ତ୍ରୀଙ୍କୁ ଜେରା କରାଗଲା ନାହିଁ।

nis-ad
Leave A Reply

Your email address will not be published.