ଆସନ୍ତା ୨୬ ତାରିଖରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ସତ୍ୟାଗ୍ରହ କରିବ ବିଜେପି

ଭୁବନେଶ୍ବର: ମହିଳା ବିରୋଧୀ, ନାରୀ ନିର୍ଯାତନା ଓ ବିଜେଡି ରାଜନୀତିକୁ ଅପରାଧୀକରଣ କରୁଥିବାରୁ ଏହାର ପ୍ରତିବାଦ କରିବ ବିଜେପି। ଏଥିଲାଗି ବିଜେପି ପକ୍ଷରୁ ଆସନ୍ତା ୨୬ ତାରିଖରେ ସବୁ ମଣ୍ଡଳରେ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ତଳେ ୪ ଘଣ୍ଟିଆ ସତ୍ୟାଗ୍ରହ କରାଯିବ। ଏନେଇ ସୂଚନା ଦେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ୨୩ ବର୍ଷର ବିଜେଡିର ନିରଙ୍କୁଶ ଶାସନରେ ଓଡ଼ିଶା ଅପରାଧୀଙ୍କ ଚରା ଭୂଇଁ ପାଲଟିଛି। ବିଜେଡି ଓଡ଼ିଶାବାସୀଙ୍କ କାଳ ହୋଇଛି। ଶାନ୍ତିପ୍ରିୟ ରାଜ୍ୟ ଓ ଜଗନ୍ନାଥ ସଂସ୍କୃତିରେ ଓଡ଼ିଶାର ସୁଖ୍ୟାତି ରହିଛି। ବିଜେଡି ଶାସନର ୨୩ ବର୍ଷର ଉପଲବ୍ଧି ହେଉଛି, ହତ୍ୟା, ଯୌନ କେଳେଙ୍କାରୀ ଓ ମହିଳା ବିରୋଧୀ ହିଂସାରେ ତାଙ୍କ ନେତା ଓ ମନ୍ତ୍ରୀଙ୍କ ନାଆଁ ଆସୁଛି। ମମିତା ମେହେର ହତ୍ୟାକାଣ୍ଡରେ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି କଥା ରାଜ୍ୟବାସୀ ଜାଣିଛନ୍ତି। କୋର୍ଟରେ ତାରିଖ ଥିଲା, ନେତା ମନ୍ତ୍ରୀଙ୍କ ନାଁ ଖୁଲାସାର ଭୟ ଥିଲା, ସେଥିପାଇଁ ଗୋବିନ୍ଦ ସାହୁଙ୍କୁ ଜେଲ ଭିତରର ପୁଲିସ ମାଧ୍ୟମରେ ହତ୍ୟା କରାଗଲା।

ସମୀର ମହାନ୍ତି ଆହୁରି କହିଛନ୍ତି, ମାହାଙ୍ଗା ଡବଲ ମର୍ଡରରେ ୧୩ ନମ୍ବର ମୁଦାଲ ପ୍ରତାପ ଜେନା ଥିଲେ। ମୁଖ୍ୟ ଅଭିଯୁକ୍ତଙ୍କୁ ଟ୍ରକ ଚାପି ମାରି ଦିଆଗଲା। ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବରୁ ଶେଷ ଭିଡିଓରେ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶଙ୍କ ନାଆଁ ଉଲ୍ଲେଖ କରିଥିଲେ। ପରୀକୁ ହତ୍ୟା କରାଗଲା। ତା ମା ବାପା ଆତ୍ମାହୁତି ଉଦ୍ୟମ କରିଥିଲେ। ସମ୍ପୃକ୍ତ ମନ୍ତ୍ରୀଙ୍କୁ ଜେରା କରାଗଲା ନାହିଁ।

nis-ad
Leave A Reply

Your email address will not be published.