୨୪୫ କୋଟି ଟଙ୍କାର ଗଞ୍ଜେଇରେ ନିଆଁ ଲଗାଇଲା ପୁଲିସ…

ବିଶାଖାପାଟଣା : ଜବତ ହୋଇଥିବା ୨୪୫ କୋଟି ଟଙ୍କାର ଗଞ୍ଜେଇ ପୋଡ଼ିଦେଲା ଆନ୍ଧ୍ରପ୍ରଦେଶ ପୁଲିସ୍‌। କଡ଼ା ସୁରକ୍ଷା ବଳୟ ଭିତରେ ଆଜି ଗଞ୍ଜେଇକୁ ପୋଡ଼ି ଦିଆଯାଇଛି। ପୁଲିସ୍‌ର ଏପରି ଉଦ୍ୟମକୁ ଆନ୍ଧ୍ରର ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି।

ଆନ୍ଧ୍ର ପୁଲିସ୍‌ର କହିବା ଅନୁସାରେ ଗତ ୮ ମାସରେ ଆଲୁରୀ ସୀତାରାମରାଜୁ ଓ ଆନକାପଲ୍ଲୀ ଜିଲ୍ଲାରୁ ୫୫୫ଟି ମାମଲାରେ ୧.୮୦ ଲକ୍ଷ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଏହି ମାମଲାରେ ପୁଲିସ୍‌ ୨୫୦ ଜଣଙ୍କୁ ଗିରଫ କରିଥିଲା ପୁଲିସ୍‌। ସେହିପରି ପଶ୍ଚିମ ଗୋଦାବରୀ, କାକିନାଡ଼ା, କୋଣସୀମା, ଏଲୁରୁ, ପୂର୍ବ ଗୋଦାବରୀ ଓ କ୍ରିଷ୍ଣା ଜିଲ୍ଲାରୁ ୪୬୫ଟି ମାମଲାରେ ମୋଟ୍‌ ୬୪୮୩୨ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରାଯାଇଥିଲା। ଏହାଛଡ଼ା ବିଜୟନଗରମ ଜିଲ୍ଲାରୁ ୯୦୦୦ କିଲୋ, ଶ୍ରୀକାକୁଲମ ଜିଲ୍ଲାରୁ ୪୦୦୦ କେଜି, ପାର୍ବତୀ ପୁରମ ଜିଲ୍ଲାରୁ ୨୦୦୦ କିଲୋ ଗଞ୍ଜେଇ ଜବତ କରିଥିଲା ପୁଲିସ୍‌। ମୋଟ୍‌ ୨.୪୫ ଲକ୍ଷ କିଲୋଗ୍ରାମ ଓଜନର ଗଞ୍ଜେଇକୁ ଆଜି ପୋଡ଼ି ଦିଆଯାଇଛି। ପୁଲିସ ଡିଜିପି କେ. ରାଜେନ୍ଦ୍ରନାଥ ରେଡ୍ଡୀଙ୍କ ଉପସ୍ଥିତ ଆନକାପଲ୍ଲୀ ଜିଲ୍ଲାର କୋଡୁରୁ ଗାଁ ଗଞ୍ଜେଇ ପୋଡ଼ି ଦିଆଯାଇଛି। ଧରା ପଡ଼ିଥିବା ଗଞ୍ଜେଇ ଭିତରୁ ୭୦ ପ୍ରତିଶତ ଓଡ଼ିଶାରୁ ଚାଲାଣ ହେଉଥିବା ଆନ୍ଧ୍ରପ୍ରଦେଶ ପୁଲିସ କହିଛି।

ପୁଲିସ୍‌ର କହିବା ଅନୁସାରେ ଗତ ୮ ମାସରେ ସମଗ୍ର ଆନ୍ଧ୍ରପ୍ରଦେଶରେ ଗଞ୍ଜେଇ ଚାଲାଣର ୯୦୦ଟି ମାମଲାରେ ୬୦ରୁ ଅଧିକ ଗାଡ଼ି ଜବତ କରାଯାଇଛି। ୭ ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଗଞ୍ଜେଇ ଚାଷକୁ ରୋକିବା ପାଇଁ ସରପଞ୍ଚଙ୍କ ମାଧ୍ୟମରେ ସଚେତନତା କରାଯାଉଛି। ରାଜ୍ୟରେ ଗଞ୍ଜେଇ ଚାଷ ରୋକିବା ପାଇଁ ନକ୍ସଲ ପ୍ରବଣ ଅଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ହୋର୍ଡିଂ ଲଗାଯାଇଛି। ଅଭିଯୋଗ କରିବା ପାଇଁ ଗୋଟିଏ ଟୋଲ ଫ୍ରି’ ନମ୍ବର ଖୋଲା ଯାଇଛି। ଆଗାମୀ ୨୦୨୩ ମସିହାରେ ସମଗ୍ର ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ମୁକ୍ତ ରାଜ୍ୟ ରୂପେ ଗଢି ତୋଳିବା ପାଇଁ ରାଜ୍ୟ ସରକାର ଓ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଥିବା ଡିଜିପି ରାଜେନ୍ଦ୍ରନାଥ ରେଡ୍ଡୀ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.