ସମୁଦ୍ର ଲହଡ଼ି ମାଡ଼ରେ ମାଛଧରା ଡଙ୍ଗା ଛିନ୍‌ଛତ୍ର, ୨ ମତ୍ସ୍ୟଜୀବୀ ଗୁରୁତର…

ପାରଦୀପ : ସମୁଦ୍ର ଲହଡ଼ି ମାଡ଼ରେ ମାଛଧରା ଡଙ୍ଗା ଛିନ୍‌ଛତ୍ର। ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ୫ ମତ୍ସ୍ୟଜୀବୀ। ଜୁଆର ମାଡ଼ରେ ଏହି ଡଙ୍ଗା ଓ ଡଙ୍ଗାରେ ଥିବା ମତ୍ସ୍ୟଜୀବୀମାନେ ପଥର ବନ୍ଦରେ ମାଡ଼ ହୋଇ ଆହତ ହୋଇଛନ୍ତି। ସେମାନଙ୍କ ଭିତରୁ ୨ ଜଣ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ପାରାଦୀପ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ଏକ ଡଙ୍ଗା ଆଜି ମହାନଦୀ ମୁହାଣ ନିକଟ ପଥରବନ୍ଧରେ ପିଟି ହୋଇ ଏଭଳି ସ୍ଥିତି ଉପୁଜିଛି।

ସୂଚନା ମୁକାବକ, ମତ୍ସ୍ୟଜୀବୀମାନେ ଗତକାଲି ଠାରୁ ସମୁଦ୍ର ଭିତରକୁ ଯାଇଥିଲେ। ମାଛ ମାରି ଫେରୁଥିବାବେଳେ ପଥରବନ୍ଧ ନିକଟରେ ଘଟିଛି ଏହି ଦୁର୍ଘଟଣା।

ଏନେଇ ଆହତ ଅରୁଣ ଜାଲି କହିଛନ୍ତି, ମହାନଦୀ ମୁହାଣଠୁ ଅଳ୍ପ ଦୂରରେ ଥିବାବେଳେ ବଡ ବଡ ଲହଡି ମାଡ଼ରେ ଓଲଟି ପଡିଥିଲା ତାଙ୍କ ଡଙ୍ଗା। ଫଳରେ ଏଥିରେ ଥିବା ୫ ଜଣ ମତ୍ସ୍ୟଜୀବୀ ଭାସିଯାଇଥିଲେ। ଡଙ୍ଗାଟି ଲହଡି ମାଡ଼ରେ ଭାଙ୍ଗି ଯାଇଥିବାବେଳେ ପଥରବନ୍ଧରେ ପିଟି ହୋଇ ୨ ଜଣ ମତ୍ସ୍ୟଜୀବୀ ଗୁରୁତର ଆହତ ହୋଇଥିଲେ। ଚଟାଣରେ ମାଡ଼ ହୋଇ ସେମାନଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା। ରକ୍ତ ବୋହି ଚାଲିଥିଲା। ଉଦ୍ଧାର କରିବାକୁ ସମସ୍ତେ ଡାକ ପକାଉଥିଲେ। ଦୁର୍ଘଟଣା ସମୟର ଚିତ୍ର ବର୍ଣ୍ଣନା କରିବା ଖୁବ୍ ଭୟଙ୍କର। ସେମାନଙ୍କୁ ଉଦ୍ଧାର କରାଯିବା ପରେ ମେଡିକାଲରେ ଚିକିତ୍ସା ପାଇଁ ନିଆଯାଇଥିଲା। ଅନ୍ୟ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି।
ଏନେଇ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଜଗନ୍ନାଥ ରାଓ କହିଛନ୍ତି, ମତ୍ସ୍ୟଜୀବୀମାନେ ଡାକ୍ତରଖାନାରେ ଚିକିତ୍ସା ହେବା ପରେ ଦୁର୍ଘଟଣଗ୍ରସ୍ତ ଡଙ୍ଗାକୁ ଉଦ୍ଧାର ନିମନ୍ତେ ପଦକ୍ଷେପ ନିଆଯାଉଛି।

nis-ad
Leave A Reply

Your email address will not be published.