ଦ୍ବିତୀୟ ଥର ରିମାଣ୍ଡରେ ଗଲେ ଜଗବନ୍ଧୁ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ଥରେ ରିମାଣ୍ଡରେ ନେଇଛି। ଜଗବନ୍ଧୁଙ୍କୁ ଇଡି ୩ ଦିନିଆ ରିମାଣ୍ଡରେ ନେଇଛି। ଜଗବନ୍ଧୁଙ୍କ ଓକିଲ ବିଶ୍ବଚନ୍ଦନ ମହାନ୍ତି ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ରିମାଣ୍ଡ ପାଇଁ ଇଡି ୫ ଦିନର ଆବେଦନ କରିଥିଲା। କିନ୍ତୁ କୋର୍ଟ ୩ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି। ରିମାଣ୍ଡ ଅବଧି ଶେଷ ହେଲା ପରେ ଜଗବନ୍ଧୁଙ୍କୁ ଇଡି ଡିସେମ୍ବର ୨୬ ତାରିଖରେ କୋର୍ଟରେ ହାଜର କରିବ। ସୂଚନାଯୋଗ୍ୟ, ଜଗବନ୍ଧୁଙ୍କୁ ଇଡି ପ୍ରଥମ ପର୍ଯ୍ୟାୟରେ ୯ ଦିନ ପାଇଁ ରିମାଣ୍ଡରେ ନେଇଥିଲା। ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ଇଲେକ୍ଟ୍ରୋନିକ ଗ୍ୟାଜେଟ ସମ୍ପର୍କରେ ପଚରାଉଚରା କରାଯିବ। ଏହା ସହିତ ଆଗାମୀ ୨ ତାରିଖ ପର୍ଯ୍ୟନ୍ତ ଅର୍ଚ୍ଚନା ଏବଂ ଖଗେଶ୍ବରଙ୍କ ବିଚାର ବିଭାଗୀୟ ହାଜତ ସମୟ ସୀମା ବଢ଼ିଛି । ହେଲ୍ଥ ଗ୍ରାଉଣ୍ଡରେ ରିମାଣ୍ଡ ନଦେବାକୁ ନିବେଦନ କରିଥିଲେ କିନ୍ତୁ ଆଗକୁ ସାଇଣ୍ଟିଫିକ ରିପୋର୍ଟ ଆସିବା ଗ୍ରାଉଣ୍ଡ ଦର୍ଶାଇ ଏହି ରିମାଣ୍ଡରେ ନେଇଛି ଇଡି।

nis-ad
Leave A Reply

Your email address will not be published.