ଜାତୀୟ ଗଣିତ ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ଗଣିତ ଦିବସ ପାଳନ ହୋଇ ଯାଇଛି l ଭାରତର ବିଶିଷ୍ଟ ଗାଣିତିକ ଶ୍ରୀନିବାସ ଆୟେଙ୍ଗାର ରାମାନୁଜମ ଙ୍କର ଜନ୍ମ 1887 ଡିସେମ୍ବର ବାଇଶିରେ ହୋଇଥିଲା l ମାତ୍ର ବତିଶି ବର୍ଷରେ ଦେହ ତ୍ୟାଗ କରିଥିଲେ ମଧ୍ୟ ଗଣିତରେ ସେ ବିଶ୍ୱ ବିଖ୍ୟାତ ଥିବା କାରଣରୁ ତାଙ୍କ ଜନ୍ମ ଦିନକୁ ଜାତୀୟ ଗଣିତ ଦିବସ ପାଳନ କରାଯାଉଅଛି ବୋଳି ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳ ଶିଶୁମାନଙ୍କୁ ଅବଗତ କରାଇଥିଲେ l ପରେ ଶିଶୁ ମାନଙ୍କ ମଧ୍ୟରେ ବୈଦିକ ଗଣିତ ଓ ପଣକିଆ ପ୍ରତିଯୋଗିତା ହୋଇଥିଲା l ଏହି ଅବସରରେ ପରିବା ହାଟ ପିଲାମାନେ ପ୍ରଦର୍ଶନ କରିଥିଲେ l ଶିଶୁମାନେ ବୁଲି ବୁଲି ପରିବା କିଣିବା ସହ ଦୈନନ୍ଦିନ ଜୀବନରେ ଗଣିତର ପ୍ରୟୋଗ କଳା ଶିଖିଥିଲେ l ଗଣିତ ଦିବସରେ ପରିବା ହାଟରୁ ପରିବା କିଣିବା ବାହାନାରେ ମନସାଙ୍କ ଗଣିତର ବ୍ୟବହାର ଶିଖିଥିଲେ l ଗୁରୁଜୀ ଗୁରୁମା ମାନେ ପିଲାମାନଙ୍କୁ ମୌଖିକ ଗଣିତ ବିଷୟରେ ଧାରଣା ଦେଇଥିଲେ l ଏହି କାର୍ଯ୍ୟକ୍ରମ ବେଶ ଆନନ୍ଦଦାୟକ ଥିଲା l

nis-ad
Leave A Reply

Your email address will not be published.