ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

ବୁଗୁଡା ବୁଗୁଡ଼ା ଏନ୍‌ଏସି ଅନ୍ତର୍ଗତ ହରଶରଣପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଦାଶ(୮୬)ଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆଜି ସକାଳ ୧୦ଟା୧୦ ସମୟରେ ହୃଦଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିଲା। ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ବହୁ ବ୍ଯକ୍ତି ତାଙ୍କ ବାସଭବନରେ ପହଞ୍ଚି ଅନ୍ତିମ ଦର୍ଶନ ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ସେ ଜଣେ ଛାତ୍ର ବତ୍ସଳ, ନିଷ୍ଠାବାନ କର୍ତ୍ତବ୍ୟପରାୟଣ ଶିକ୍ଷକ ଥିଲେ ।

nis-ad
Leave A Reply

Your email address will not be published.