କାୟା ମେଲାଉଛି କରୋନା: ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

କାୟା ମେଲାଉଛି କରୋନା । ଫେରିଛି ମାସ୍କ । ପାର୍ଲାମେଣ୍ଟ ଅଧିବେଶନରେ ବାଚସ୍ପତି, ଉପରାଷ୍ଟ୍ରପତି, ସାଂସଦ, ମନ୍ତ୍ରୀ ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି । ସେହିପରି ଆଜିଠୁ ମାସ୍କ ପିନ୍ଧିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲେଶ୍ୱର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ଫାଇଟ୍‌ ଟି ସଚିବ ଭି. କେ. ପାଣ୍ଡିଆନ୍‌ ଓ ଅନ୍ୟ ଅତିଥି ମାସ୍କ ପିନ୍ଧିଛନ୍ତି । ସତର୍କତାମୂଳକ ପଦକ୍ଷେପ ନେବା ଆରମ୍ଭ ହେଲାଣି ।

ସେହିପରି ସମସ୍ତେ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ବିଶେଷକରି ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଏହାକୁ ନେଇ ଆସନ୍ତାକାଲି ବସିବ ଗୁରୁତ୍ୱପୂର୍ଣ ବୈଠକ । ବର୍ତମାନର ସ୍ଥିତିକୁ ନେଇ ଆବଶ୍ୟକୀୟ ପଦକ୍ଷେପ କ’ଣ ନିଆଯିବ ତାହା ଉପରେ ବୈଠକ ହେବ ।

nis-ad
Leave A Reply

Your email address will not be published.