ସରକାରୀ କାର୍ଯ୍ୟକ୍ରମ ସଭାରେ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ନିୟୋଜିତ କରି ଅଡୁଆରେ ଗୁରୁକୁଳ ଇଣ୍ଟରନେସନାଲ ପବ୍ଲିକ ସ୍କୁଲ

ବ୍ରହ୍ମପୁର : ଅଭିଭାବକମାନେ ପିଲା ମାନଙ୍କୁ ସ୍କୁଲ କଲେଜ କୁ ପାଠ ପଢିବା ପାଇଁ ପଠାନ୍ତି କିନ୍ତୁ ସେମାନେ ଜାଣିବା ଦରକାର ଯେ ସ୍କୁଲ ଏବଂ କଲେଜ ରେ କଣ ସବୁ ଚାଲିଥାଏ l ଆଜି ବ୍ରହ୍ମପୁର ନିର୍ବାଚନୀ ମଣ୍ଡଳି ର 28 ନମ୍ବର ୱାର୍ଡ ଗୁରୁକୁଳ ଇଣ୍ଟରନେସନାଲ ପବ୍ଲିକ ସ୍କୁଲ ପରିସର ରେ ଭିଡ଼ିଓ କନଫରେନ୍ସ ମାଧ୍ୟମ ରେ 24*7 ଘଣ୍ଟିଆ ବିଶୁଦ୍ଧ ଜଳ ଯୋଗାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦଘାଟନ ଓ ଲୋକାର୍ପିତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳ ର ସମସ୍ତ କର୍ମୀମାନଙ୍କୁ ଉପସ୍ଥିତ ରହିବା ପାଇଁ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ର ମହାନଗର ସଭାପତି ସମସ୍ତ ଙ୍କୁ ଉପସ୍ଥିତ ନିବେଦନ କରିଥିଲେ l କିନ୍ତୁ ଏହି ସଭାରେ ବିଜୁ ଜନତା ଦଳ ର କର୍ମକର୍ତ୍ତା ଙ୍କ ଠାରୁ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା ସର୍ବାଧିକ l ଯେତେ ସଂଖ୍ୟା ର ଚେୟାର ଅଣା ଯାଇଥିଲା ସେତିକି ସଂଖ୍ୟା ର ଲୋକ ନ ହେବାରୁ ସେହି ସ୍କୁଲ ର ଛାତ୍ରଛତ୍ରୀ ଙ୍କ ପରୀକ୍ଷା ଚାଲୁଥିବା ସତ୍ୱେ ସ୍କୁଲ ର ଛାତ୍ର ଛାତ୍ରୀ ଙ୍କୁ ସେହି ସଭା ରେ ବସିବା ପାଇଁ ବାଧ୍ୟ କରାଯାଇଥିଲା l ଏହା କେତେଦୂର ଯୁକ୍ତି ଯୁକ୍ତ ଗଞ୍ଜାମ ଜିଲ୍ଲାପାଳ ଉତ୍ତର ରଖିବେ କି ? ଯେହେତୁ ଏହି ସଭା ରେ ଗଞ୍ଜାମ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ବ୍ରହ୍ମପୁର ମେୟର , ବ୍ରହ୍ମପୁର ବିଧାୟକ ଙ୍କ ଉପସ୍ଥିତି ରେ ଏହିପରି କାର୍ଯ୍ୟ କୁ ସ୍ୱୀକୃତି ଦେବା ଲାଗି ଜନସାଧାରଣ ଙ୍କ ମନ ରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି l ଓଡିଶା ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ କୁ ବିଜୁ ଜନତା ଦଳ ର କର୍ମୀ ନ ଆସିବା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ବ୍ରହ୍ମପୁର ବିଧାୟକ ଏହିପରି ଆୟୋଜିତ ସଭାରେ ଲୋକଙ୍କୁ ନ ଆଣିବାରେ ଅକ୍ଷମ ନା ନିଜର ସଂଗଠନ ର ଦୁର୍ବଳତା ଲୋକଙ୍କ ମନ ରେ ଉଙ୍କି ଉଠୁଛି l

nis-ad
Leave A Reply

Your email address will not be published.