ସ୍ୱଚ୍ଛ ଭାରତ ଅଭିଯାନ

ଉମରକୋଟ : ଭାରତର ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୂଖ୍ୟ ଭିତରେ, ସଚ୍ଛ ଭାରତ ଅଭିଯାନ ଅନ୍ୟତମ | ସଚ୍ଛ ଭାରତ ଅଭିଯାନ ସମଗ୍ର ଭାରତ ବର୍ଷ ଉପରେ ଏହାର ପ୍ରଭାବ ପରିଛି | ଆମ ଓଡ଼ିଶାରେ ବିଶେଷ କରି ଏହାର ପ୍ରଭାବରେ ପ୍ଲାଷ୍ଟିକ ବର୍ଜନ କରିବା ସହିତ ଧୂମ୍ରପାନ ବର୍ଜନ କରିବା ପାଇଁ ସରକାର ତତ୍ପର ହୋଇଛନ୍ତି | ସୂଚନା ପ୍ରକାରେ ଅଦ୍ୟ ଇଂ ତା 21-12-2022 ରିଖ ସକାଳ 7ଘଣ୍ଟା ସମୟରେ ଉମରକୋଟ ମା ପେନ୍ଡ୍ରାଣୀ ମହାବିଦ୍ୟାଳୟ ପ୍ରାଙ୍ଗଣରେ, ଉମରକୋଟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶ୍ରୀ ରମେଶ ଚନ୍ଦ୍ର ସାହୁଏବଂ ତାଙ୍କର ସମସ୍ତ କର୍ମକର୍ତ୍ତାଙ୍କ ସହ ଉମରକୋଟ ମା ପେନ୍ଡ୍ରାଣୀ ମହାବିଦ୍ୟାଳୟର ଅଧ୍ୟାପିକା ଡକ୍ଟର ଅନିତା ମାଝୀ, ଡକ୍ଟର ଅନିଲ କୁମାର ମିଶ୍ର, ଡକ୍ଟର ସେଶାନନ୍ଦ ମିଶ୍ର, ଶ୍ରୀ ଦିବାକର ପଟନାୟକ, ଶ୍ରୀ ପ୍ରଦାସ ପଟନାୟକ, ଶ୍ରୀ ରାମଶଙ୍କର ପଟନାୟକ, ଶ୍ରୀ ଚିନ୍ମୟ ରାଉତ, ଶ୍ରୀ ଧର୍ମେନ୍ଦ୍ର ପଟନାୟକ, ସହ ସମସ୍ତ ଏନସିସି ଛାତ୍ର, ଏବଂ ଛାତ୍ରୀ ବୃନ୍ଦ ମିଶି ମହାବିଦ୍ୟାଳୟ ଭିତରେ ଥିବା ସମସ୍ତ ଅନାବନା ଗଛ କାଟି ସଫା ସୁତରା କରିବା ସହିତ, ସମସ୍ତ ମଇଳା ସଫା କରିଲେ, ଏହା ସହିତ ଉପସ୍ଥିତ ଥିବା ଛାତ୍ର, ଛାତ୍ରୀ ମାନଙ୍କୁ ପ୍ରଧାନ ମନ୍ତ୍ରୀଙ୍କ, ସଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ସୁନ୍ଦର ପରିବେଶ ତିଆରି କରିବା ସହିତ, ସମସ୍ତ ଭାରତ ବାସୀଙ୍କୁ ରୋଗମୁକ୍ତ କରିବା ପାଇଁ ନିର୍ଦେଶ ଦେଇଥିଲେ, ଆଁଖ ପାଖ ଅଞ୍ଚଲର ଜନସାଧାରଣ ସଚ୍ଛ ଭାରତ ଅଭିଜାନରେ ସାମିଲ ହୋଇଥିବା ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଦେବା ସହିତ ସାଧୁବାଦ ଜଣାଇଲେ |

nis-ad
Leave A Reply

Your email address will not be published.