ଭିଜିଲାନ୍ସ ଜାଲରେ କଳାହାଣ୍ଡି କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍‌

କଳାହାଣ୍ଡି: ଭିଜିଲାନ୍ସ ଜାଲରେ କଳାହାଣ୍ଡି କେ.ଗାଁ ଫରେଷ୍ଟ ରେଞ୍ଜ ଅଫିସର୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । କଳାହାଣ୍ଡି କେ. ଗାଁ ଫରେଷ୍ଟ ରେଞ୍ଜ ଅଫିସର କେଶବ ମାଝୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ଏକକାଳୀନ ଚାରୋଟି ସ୍ଥାନରେ ଚାଲିଛି ଚଢ଼ାଉ ।

କେସିଙ୍ଗା ଓମ୍‌ ନଗରରେ ଥିବା ତିନି ମହଲା ଆବାସିକ ଘରେ ଚାଲିଛି ଚଢ଼ାଉ। କେ.ଗାଁ ସରକାରୀ କାର୍ଯ୍ୟାଳୟରେ ଥିବା କେଶବ ମାଝୀଙ୍କ ଚାମ୍ବରରେ ଚାଲିଛି ଚଢ଼ାଉ। କେ. ଗାଁ ସରକାରୀ କ୍ୱାଟରରେ ମଧ୍ୟ ଚଢ଼ାଉ ଜାରି ରହିଛି । କେସିଙ୍ଗା ବ୍ରାହ୍ମଣୀ ଗାଁରେ ଥିବା ଆବାସିକ ଘରେ ମଧ୍ୟ ଚାଲିଛି ଭିଜିଲାନ୍ସ ଚଢ଼ାଉ। ଚଢ଼ାଉରେ ସାମିଲ ଅଛନ୍ତି ୫ ଡ଼ିଏସପି, ୬ ଇନିସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ।

nis-ad
Leave A Reply

Your email address will not be published.