ହିଞ୍ଜିଳିକାଟୁ ପୌରପରିଷଦରେ ୬୨କୋଟି ଟଙ୍କାର ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ (୨୧।୧୨) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନମଣ୍ଡଳିର ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନିଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୨ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ବୃହତ ପାନୀୟ ଜଳ ପ୍ରକଳ୍ପ‘ ସୂଜଳ’ର ଭିଡିଓ କନଫେରନ୍ସି ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ତ୍ରିଙ୍କ ଫ୍ରମ ଟ୍ୟାପ ମିଶନ ଦ୍ୱାରା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୨୧ ଗୋଟି ୱାର୍ଡ଼ ରେ ପାନୀୟ ଜଳଯୋଗାଣ ହୋଇ ପାରିବ।
ଏଥିପାଇଁ ୬୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛିି। ଗଞ୍ଜାମ ଜିଲ୍ଲା ରୁଷିକୂଲ୍ୟା ନଦୀରୁ ଏଥିପାଇଁ ପାଣିର ବ୍ୟବସ୍ଥା କରାଯିବ। ହିଞ୍ଜିଳିକାଟୁ ପୌରପରିଷଦ ର୨୧ ଗୋଟି ୱାର୍ଡ଼ ତିନୋଟି ଟ୍ୟାଙ୍କ ରୁ ବିଶୁଦ୍ଧ ୨୪ ଘଣ୍ଟା ପାଇପ ଯୋଗେ ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ ର ସୁବିଧା ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ବିଶୁଦ୍ଧ ଜଳକୁ ବିନା ଗରମ କିମ୍ବା ଛାଣି ସିଧାସଳଖ ପାଇପରୁ ପିଇ ପାରିଵେ। ପାନୀୟ ଜଳ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିବା ହିଞ୍ଜିଳିକାଟୁ ଅଞ୍ଚଳର ଲୋକମାନେ ଏହି ପ୍ରକଳ୍ପ ଦ୍ୱାରା ବହୁତ ଲାଭବାନ ହେବେ।ଖୁବଶୀଘ୍ର ହିଞ୍ଜିଳିକାଟୁ ବାସୀଙ୍କୁ ମିଳିବ ୨୪ ଘଣ୍ଟା ସୁଦ୍ଧ ପାନୀୟ ଜଳ। ଏହି ବିଶୁଦ୍ଧ ଜଳକୁ ବିନା ଗରମ କିମ୍ବା ଛାଣି ସିଧାସଳଖ ପାଇପରୁ ପିଇ ପାରିବେ। ଡ୍ରିଙ୍କ ଫ୍ରମ ଟେପ ଯୋଜନା ଦ୍ୱାରା ପ୍ଲାଷ୍ଟିକ ବୋତଲର ଵ୍ୟଵହାର ହ୍ରାସ ପାଇବା ସହିତ ପ୍ରଦୂଷଣ ନିୟନ୍ତ୍ରଣରେ ସହାୟକ ହେବ। ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁଆଗଡ ଗ୍ରାମ ସ୍ଥିତ ନୁତନ କୋର୍ଟ ନିକଟରେ ଟାଙ୍କି ସହ ବିଶୋଧୁତ ଟ୍ରିଟ ପ୍ଳାଣ୍ଟ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ସୁବିଧା ଲଣ୍ଡନ, ନ୍ୟୁୟର୍କ ଓ ସିଙ୍ଗାପୁର ଭଳି ବିଶ୍ୱସ୍ତରୀୟ ସହରରେ ଉପଲବ୍ଧ ଥିବା ବେଳେ ଓଡ଼ିଶାରେ ପ୍ରଥମ ସହର ଭାବେ ପୁରୀରେ କାର୍ଯ୍ୟକ୍ଷମ ହୋଇଛି। ଏହି ଯୋଜନା ଅଧୀନରେ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସମସ୍ତ ପରିବାର ଟ୍ୟାପରୁ ଶୁଦ୍ଧ ପାନୀୟ ଜଳ ପାଇବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଘରକୁ ଜଳ ଯୋଗାଣ ଅଭିଯାନ ଚାଲିଛି। ଏହି ପ୍ରକଳ୍ପ ଦ୍ୱାରା ହିଞ୍ଜିଳିକାଟୁ ପୌରପରିଷଦ ସମସ୍ତ ପରିବାରକୁ ଟ୍ୟାପରୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି। ୱାଟର ଲାଇଫ ମିଶନ ଅଧିନରେ ଘରରୁ ପାଇପ ପର୍ଯ୍ୟନ୍ତ ପାଣି ପହଞ୍ଚିବା ହେତୁ ଆମ ମା ଏବଂ ଭଉଣୀଙ୍କ ଜୀବନ ସହଜ ହେବାରେ ଲାଗିବ।ରାଜ୍ୟରେ ପ୍ରତ୍ୟେକ ଘରକୁ ପାଣି ନେବାକୁ ଓଡିଶାର ସଂକଳ୍ପକୁ ଶକ୍ତି ପ୍ରଦାନ କରିବ।ଏହି ଶିଳାନ୍ୟାସ ଉତ୍ସବରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା,ହିଞ୍ଜିଳିକାଟୁ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ଉପାଧ୍ୟକ୍ଷ ସୁନିଲ କୁମାର ଗନ୍ତାୟତ, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ପୁର୍ବତନ ଵ୍ଳକ ଅଧ୍ୟକ୍ଷ ଏନ ରଘୁନାଥ, କୃଷି ବିପଣନ ବୋର୍ଡ ଉପଦେଷ୍ଟା ସୁରେନ୍ଦ୍ରନାଥ ପ୍ରଧାନ, ବରିଷ୍ଠ ବିଜେଡି ନେତା ଦେବାନନ୍ଦ ମହାପାତ୍ର, ୬୮ ନଂ ଜିଲ୍ଲାପରିଷଦ ସଭ୍ୟ ଏ ସୁଦର୍ଶନ, ୬୯ ନଂ ଜିଲ୍ଲାପରିଷଦ ସଭ୍ୟା ପ୍ରୀତି ସାହୁ, ଵିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ୟାରୀମୋହନ ପାଢି, ଵିଜେଡି ନେତା ଅଜୟ କୁମାର ମହାରଣା, ଆସିକା ସଂସଦ ଙ୍କ ପ୍ରତିନିଧି ନିଳମଣୀ ପଟ୍ଟନାୟକ, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ସଭାପତି ଭୀମସେନ ଵେହେରା, ହିଞ୍ଜିଳିକାଟୁ ବିଜେଡି ଯୁବ ସଭାପତି ସଂଜୟ କୁମାର ପଣ୍ଡା, ଵିଜେଡି ନେତା ବାବୁଲି ମହାପାତ୍ର, ପୂର୍ବତନ ଉପନଗରପାଳ ହୃଦ଼ୟାନନ୍ଦ ମହାପାତ୍ର, ପୂର୍ବତନ କାଉନସିଲର କିରଣ କୁମାର ପଟ୍ଟନାୟକ, କାହ୍ନୁଚରଣ ଚୌଧୁରୀ, ଦିଲ୍ଲିପ କୁମାର ବୈଠାରୁ, ତପନ ସାହୁ,ବିଜେଡି ନେତା ପ୍ରଦିପ କୁମାର ପଣ୍ଡା, ମାନସ ଵେହେରା, କାଉନସିଲର ବିଭୁ ପ୍ରସାଦ ପଣ୍ଡା, କାଉନସିଲର ଶ୍ୟାମଘନ ଵେହେରା, କାଉନସିଲର କାଉନସୀଲର ବିଭୁପ୍ରସାଦ ପଣ୍ଡା। କାଉନସିଲର ବସନ୍ତ କୁମାର ଵେହେରା, ସନାତନ ନାହାକ, ସୁବାସ ଚନ୍ଦ୍ର ଗୌଡ ,ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଯୂବୁଲିଚରଣବେହେରା, , ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା ।ହିଞ୍ଜିଳିକାଟୁ ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ଶ୍ରୀଧର ଦାସ, ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ କେ ଚାନ୍ଦ କୁମାର, ହିଞ୍ଜିଳିକାଟୁ ପୌରପରିଷଦ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର, ପୌରପାଳିକା ଯନ୍ତ୍ରୀ ମାନସ ରଞ୍ଜନ ଦାସ, ବିବେକାନନ୍ଦ ମହାପାତ୍ର, ହିଞ୍ଜିଳିକାଟୁ ପୌରପରିଷଦ ର ସମସ୍ତ କାଉନସିଲର, ସ୍ବଛସାଥି, ଜଳସାଥୀ, ମିଶନ ଶକ୍ତି ମହିଳା ଗୂପ ଙ୍କ ସହ ସମସ୍ତ ପୌରକର୍ମଚାରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.