ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା : ମୃତ୍ୟୁର ତଦନ୍ତ କରିବ ୬ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍

ଭୁବବେଶ୍ୱର : ଗୋବିନ୍ଦ ସାହୁ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏଥିପାଇଁ ଏକ ୬ ଜଣିଆ ଟିମ୍‌ ଗଠନ କରାଯାଇଛି । ଡିଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଗଠନ ହୋଇଛି ଟିମ୍‌ । ଏହି ଟିମରେ ଜଣେ ଇନିସପେକ୍ଟର, ଦୁଇ ଜଣ ଏସଆଇ, ଜଣେ ଫରେନସିକ୍‌ ଓ ଜଣ ହ୍ୟାଣ୍ଡ ରାଇଟିଂ ଅକ୍ସପର୍ଟ ରହିବ । ସିଆଇଡି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ସୁନୀଲ କୁମର ବଂଶଲ । କଣ୍ଟାବାଞ୍ଜି ସବ୍‌-ଜେଲରେ ଆତ୍ମହତ୍ୟା କରିଥିଲେ ଗୋବିନ୍ଦ ସାହୁ । କେମିତି ହେଲା ମୃତ୍ୟୁ ସେନେଇ କ୍ରାଇମବ୍ରାଞ୍ଚ ତନାଘନା କରିବ । ଗୋବିନ୍ଦଙ୍କ ଅସ୍ୱାଭବିକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ଠିଆ କରିଛି ।

ସେପଟେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟରେ ଜୋର ଧରିଛି ରାଜନୈତିକ ଝଡ଼ । ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ବୋଲି ବିରୋଧୀ ଦଳ ପ୍ରଶ୍ନ କରିଛନ୍ତି । ବିଜେପି ମହିଳା ଶାଖା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, ଅପରାଧୀମାନଙ୍କୁ ନେଇ ଏ ସରକାର। ଯିଏ ଅପରାଧୀ ତାକୁ ଏଠି କାୟା ଓ ଛାୟା ମିଳେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି। ସେ ସରକାରଙ୍କ ପାଇଁ ସବୁ କାମ କରୁଥିଲେ, ଗୋବିନ୍ଦ ସାହୁ ପାଖରେ ସବୁ ତଥ୍ୟ ଥିଲା ବୋଲି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ୍ୟ କରାଗଲା।

ଘଟଣାର ସିବିଆଇ ତଦନ୍ତ ପାଇଁ କଂଗ୍ରେସ ଦାବି କରିଛି । ବିରୋଧୀଙ୍କ ଦାବିକୁ ନେଇ ଯୁକ୍ତି ବାଢିଛନ୍ତି ବିଜେଡି ବଧାୟକ ଅମର ଶତପଥୀ । କହିଛନ୍ତି, ମମିତା ମେହର ହତ୍ୟା ଘଟଣା ବିଚାରାଧୀନ ରହିଛି । ଗୋବିନ୍ଦ ସାହୁ ବି ଜେଲରେ ଥିଲେ । ଆଉ ତାଙ୍କ ଆତ୍ମହତ୍ୟା କଥାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ।

nis-ad
Leave A Reply

Your email address will not be published.