ଅମ୍ରିତ ପାତ୍ର ଅପହରଣ ଘଟଣା: ୩ ଜଣଙ୍କୁ ଗିରଫ କଲା ପୋଲିସ

ନୟାଗଡ: ଅମ୍ରିତ ପାତ୍ର ଅପହରଣ ଘଟଣାରେ ୩ ଗିରଫ । କୁରାଳ ଗାଁରୁ ୩ ଜଣଙ୍କୁ ଗିରଫ କଲା ପୋଲିସ । ଟଙ୍କା ପାଇଁ ଅପହରଣ ହୋଇଥିବା ସୂଚନା ରହିଛି। ଏହି ଘଟଣାର ତଦନ୍ତ ଚାଲିଛି। ଆଜି ଘଟଣାରେ ବ୍ୟବହୃତ ପିକ୍‌ ଅପ୍‌ ଭ୍ୟାନ୍‌ ଠାବ ହୋଇଛି। ଖୋର୍ଦ୍ଧା ଅଞ୍ଚଳରୁ ବ୍ୟବହୃତ ହୋଇଥିବା ପିକଅପ୍‌ ଭ୍ୟାନ ଠାବ ହୋଇଛି ।

ବକେୟା କିସ୍ତି ଦେଇ ନପାରିବାରୁ ଫାଇନାନ୍ସ କମ୍ପାନୀରେ ଗାଡ଼ିକୁ ଜିମା ଦିଆଯାଇଛି । ଓଡ଼ଗାଁ ଥାନା କୁରାଳ ସୁବୁଦ୍ଧି ସାହି ସପ୍ତମ ଶ୍ରେଣୀର ଛାତ୍ର ଅମ୍ରିତ ଗତ ଗୁରୁବାର ସଂଧ୍ୟାରେ ଟ୍ୟୁସନ ପାଇଁ ଯାଇ ଆଉ ଘରକୁ ଫେରିନଥିଲା । ପରେ ତାଙ୍କୁ ଏକ ଘରୁ ଉଦ୍ଧାର କରାଯାଇଥିଲା ।

nis-ad
Leave A Reply

Your email address will not be published.