ମହାନଦୀ ପଠାରେ ପକ୍ଷୀ ମଡକ: ୧୩ଟି ପକ୍ଷୀଙ୍କ ମୃତ୍ୟୁ

କଟକ: ମହାନଦୀ ପଠାରେ ପକ୍ଷୀ ମଡକ । କଟକ ଜିଲ୍ଲା ବାଙ୍କୀ ବାଁଆରା ନିକଟ ନୂଆସାହି ମହାନଦୀ ପଠାରେ ଦେଖିବାକୁ ମିଳୁଛି ପକ୍ଷୀ ମଡକ । ୟେଲୋ ଫୁଟେଜ ଫିଜିୟନ ପ୍ରଜାତିର ପକ୍ଷୀଙ୍କୁ ନଦୀ ପଠାରେ ଦେଖିବାକୁ ମିଳିଥିଲା । ସମୁଦାୟ ୧୫ଟି ପକ୍ଷୀ ଆସିଥିବା ବେଳେ ସେଥିରୁ ୧୩ଟି ପକ୍ଷୀଙ୍କ ମୃତ୍ୟୁ ହୋଇଛି ।

ଶିକାର ପାଇଁ କେହି ଖାଦ୍ୟରେ ବିଷ ମିଶାଇଥିବା ସନ୍ଦେହ କରାଯାଉଛି । ସ୍ଥାନିୟ ଲୋକଙ୍କ ଠାରୁ ଖବର ପାଇ ଭଗିପୁର କର୍ମଚାରିଙ୍କ ଦ୍ୱାରା ପକ୍ଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବ୍ୟବଛେଦ ପାଇଁ ଭୁବନେଶ୍ୱର କୃଷି ବିଶ୍ୱବିଦ୍ୟାଳୟକୁ ପଠାଯାଇଥିବା ସୂଚନା ଦେଇଛନ୍ତି ଡ଼ମପଡା ରେଞ୍ଜର ।.

nis-ad
Leave A Reply

Your email address will not be published.