ଶିଶୁ ଭବନ ଓଭର ବ୍ରିଜ ଉପରେ ୨ଦିନରେ ୨ଦୁର୍ଘଟଣା

ଭୁବନେଶ୍ୱର: ଭୁବନେଶ୍ୱର ଶିଶୁ ଭବନ ଓଭର ବ୍ରିଜ ଉପରେ ଦୁଇ ଦିନରେ ଦୁଇଟି ଦୁର୍ଘଟଣା । ରାସ୍ତା ମଝିରେ ନୂଆ କରି ବସାଯାଇଥିବା ଡିଭାଇଡର୍‌ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି । ଗତକାଲି ଏକ ଆମ୍ବୁଲାନ୍ସ ରୋଡ୍‌ ଡିଭାଇଡରରେ ପିଟି ହୋଇଯାଇଥିବା ବେଳେ ଆଜି ଭୋର ସମୟରେ ଏକ କାର୍‌ ମଧ୍ୟ ଡିଭାଇଡରରେ ପିଟି ହୋଇଯାଇଛି ।

ଦୁର୍ଘଟଣାରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଟ୍ରାଫିକ୍‌କୁ ସୁବ୍ୟବସ୍ଥିତ କରିବା ପାଇଁ ଡିଭାଇଡର୍‌ ଲଗା ଯାଇଛି । ହେଲେ ଏଥିଯୋଗୁଁ ଓଭରବ୍ରିଜ୍‌ ଉପର ରାସ୍ତା ସଂକୁଚିତ ହୋଇଯାଇଛି । ଯେଉଁଥିପାଇଁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ତୁରନ୍ତ ଏହାର ପ୍ରତିକାର ପାଇଁ ଜନସାଧାରଣ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.