ଭିଜିଲାନ୍ସ ଜାଲରେ ରାୟଗଡ଼ା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ, ୪ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ

କଟକ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ । ରାୟଗଡ଼ା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଓ ଗଜପତିର ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ବ୍ରହ୍ମପୁର ଗୋପବନ୍ଧୁ ନଗରରେ ଆବାସିକ ପ୍ଲାଟ୍‌, ବ୍ରହ୍ମପୁର ଜ୍ୟୋତିନଗରର ଦୁଇ ମହଲା କୋଠାରେ ରେଡ୍‌ କରାଯାଉଛି ।

ଦିଗପହଣ୍ଡିରେ ଅଫିସ ଚାମ୍ବର ଓ ଆର୍‌. ଉଦୟଗିରିରେ ସରକାରୀ କ୍ୱାର୍ଟରରେ ରେଡ୍‌ ଚଳାଇଛି ଭିଜିଲାନ୍ସ । ଚଢ଼ାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସ୍‌ପି, ୫ ଇନିସପେକ୍ଟର ଓ ଦୁଇ ଏଏସ୍‌ଆଇ ସମେତ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ଦିଲ୍ଲୀପ ସାହୁ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ରେଡ୍‌ ସରିବା ପରେ ଜଣା ପଡ଼ିବ ।

nis-ad
Leave A Reply

Your email address will not be published.