ସମ୍ବଲପୁର: ସମ୍ବଲପୁର ଓକିଲ ଆନ୍ଦୋଳନ ଘଟଣାର ତଦନ୍ତ କରିବ ବାର୍ କାଉନସିଲ ଅଫ୍ ଇଣ୍ଡିଆର ୩ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ କମିଟି । ଏହି କମିଟିରେ ଅଛନ୍ତି ବରିଷ୍ଠ ଆଇନଜୀବୀ ଡିପି ଧଳ, ମାନସ ମହାପାତ୍ର ଏବଂ ଜଶୋବନ୍ତ ଦାସ । ଜାନୁଆରୀ ୧୫ ତାରିଖ ସୁଦ୍ଧା ବିସିଆଇକୁ କମିଟି ରିପୋର୍ଟ ଦେବ ।
ଏପଟେ ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ ଭଙ୍ଗାରୁଜା ଘଟଣାରେ ଆଉ ୧୧ ଓକିଲଙ୍କ ଲାଇସେନ୍ସ ସସ୍ପେଣ୍ଡ କରିଛି ବାର୍ କାଉନସିଲ ଅଫ୍ ଇଣ୍ଡିଆ । ଏପର୍ଯ୍ୟନ୍ତ ୫୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲାଣି ।
ନିଲମ୍ବିତ ୫୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଫେବ୍ରୁଆରୀ ୧୫ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ତେବେ ଆନ୍ଦୋଳନରେ ସାମିଲ ନ ଥିବା ସମ୍ବଲପୁର ବାର୍ ଆସୋସିଏସନର ଅନ୍ୟ ସଦସ୍ୟଙ୍କୁ ପ୍ରାକ୍ଟିସ୍ ପାଇଁ ଅନୁମତି ଦେଇଛି ବାର୍ କାଉନସିଲ ଅଫ୍ ଇଣ୍ଡିଆ ।