ସାଇକେଲରୁ ପଡି କଲେଜ ଛାତ୍ର ଗୁରୁତର…


ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ କଲେଜର ଜନୈକ +୨ କଳା ପ୍ରଥମ ବର୍ଷ ଛାତ୍ର ସାଇକେଲରୁ ପଡି ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଗୁରୁତର ଛାତ୍ର ଜଣକ ହେଲେ ବୁଗୁଡ଼ା ଅନ୍ଧାରୁଆ ସାହିର ଆଶିଷ କୁମାର ସାହୁ (୧୬) । ପ୍ରକାଶ ଯେ, ଆଜି ସକାଳେ ଆଶିଷ ସାଇକେଲରେ କଲେଜକୁ ଯାଉଥିବା ବେଳେ ବାଟରେ ଭାରସାମ୍ୟ ହରାଇ ପଡିଯାଇଥିଲେ । ଫଳରେ ସାଇକେଲର ହ୍ଯାଣ୍ଡଲଟି ତାଙ୍କର ତଳିପେଟରେ ଗଳିଯାଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଛାତ୍ରମାନେ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।

nis-ad
Leave A Reply

Your email address will not be published.