ଗୋଟିଏ ଦିନରେ ୭୦ କ୍ଷେପଣାସ୍ତ୍ର ମାଡ଼ କଲା ରୁଷ

କିଭ: ଯୁଦ୍ଧ ପରଠାରୁ ରୁଷ ଶୁକ୍ରବାର ୟୁକ୍ରେନ ଉପରେ ବଡ଼ଧରଣର ଆକ୍ରମଣ କରିଛି। ଗୋଟିଏ ଦିନରେ ୭୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ରୁଷ ସେନା।  ୟୁକ୍ରେନ୍‌ର ଦ୍ୱିତୀୟ ବୃହତମ ସହର କିଭ୍‌କୁ ଧ୍ୱସ୍ତବିଧ୍ୱସ୍ତ କରିଛି ଶତ୍ରୁ ରାଷ୍ଟ୍ର । ପ୍ରତିପପକ୍ଷ ସେନାର ଘନ ଘନ ମିଶାଇଲ ମାଡ଼ ଯୋଗୁ ସମ୍ପୂର୍ଣ୍ଣ ବ୍ଲାକ ଆଉଟ୍‌ ହୋଇଛି କିଭ। ସବୁ ଅନ୍ଧାର। ସ୍ଥିତି ଏମିତି ହୋଇଛି ଯେ, ଦେଶବ୍ୟାପି ଜାରୁକାରୀଳନ ପରିସ୍ଥିତି ଗୋଷଣା କରିବାକୁ ୟୁକ୍ରେନ ବାଧ୍ୟ ହୋଇଥିବା ଜଣେ ଅଧିକାରୀ କରଛି ।

କିଭର ଜଣେ ଅଧିକାରୀ କହିଛନ୍ତି ଯେ କିଭ୍ୟରିହର ଏକ ଆପାର୍ଟମେଣ୍ଟ ଉପରେ କ୍ଷେପଣାସ୍ତ୍ର ମାଡ଼ ହେବା ପରେ ୩ ଜଣଙ୍କର ମୃତ୍ୟୁ ଘଟିଛି।  ସେହିପରି ଦକ୍ଷିଣରେ ଥିବା ଖେରସନରେ ଗୁଳି ବିନିମୟରେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୟୁକ୍ରେନର ସେନାର ଗୁଳିମାଡ଼ରେ ରୁଷର ୧୨ ଜଣ ନିହତ ହୋଇଥିବା ରୁଷ ପକ୍ଷରୁ କୁହାଯାଇଛି।  ଗତକାଲି ସନ୍ଧ୍ୟା ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି କହିଛନ୍ତି ଯେ, ରୁଷ ପାଖରେ ଆହୁରି  ବଡ଼ ଧରଣର ଷ୍ଟ୍ରାଇକ୍ ପାଇଁ ପର୍ଯ୍ୟାପ୍ତ କ୍ଷେପଣାସ୍ତ୍ର ଅଛି। ତେଣୁ ସେ କିଭକୁ ଅଧିକ ସାମରିକି ସାହାୟତା ଯୋଗାଇଦେବାକୁ ପାଶ୍ଚାତ୍ୟ ସହଯୋଗୀମାନଙ୍କୁ ନିବେଦନ କରିଛଇନ୍ତି। ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନ୍‌ ପୁନଃ ଅଣ୍ଟା ସଳଖିବାକୁ ଯେଥେଷ୍ଟ ଶକ୍ତି ରହିଛି ।

ମସ୍କୋ ଯେତେ ଶକ୍ତିଶାଳୀ କ୍ଷେପଣାସ୍ତ୍ର ଓ ରକେଟ ନିକ୍ଷେପ କରୁନା କାହିଁକି ୟୁକ୍ରେନ୍‌ ଖାତିର କରେନା। ୟୁକ୍ରେନର ଡେପୁଟି ଇଣ୍ଟଲିଜେନ୍ସ ମୁଖ୍ୟ ଜେନରାଲ ୱାଦିମ ସ୍କିବିତ୍ସକି କହିଛନ୍ତି ଅକ୍ଟୋବର ପରେ ରୁଷିଆ ୟୁକ୍ରେନ୍ ଉପରେ ସେହି ମିଶାଇଲରେ ଆକ୍ରମଣ କରୁଛି, ଯାହାକୁ ୧୯୯୦ରେ ସୋଭିଏତ ସଂଘରୁ ଅଲଗା ହେବା ପରେ ୟୁକ୍ରେନ୍ ରୁଷିଆକୁ ଦେଇଥିଲା । ଅସଲ କଥା ହେଲା ୧୯୯୦ରେ ସୋଭିଏତ ସଂଘରୁ ଅଲଗା ହେବା ପରେ ୟୁକ୍ରେନ୍ ନିକଟରେ ବିଶ୍ୱର ସବୁଠାରୁ ତୃତୀୟ ବଡ ପରମାଣୁ ଅସ୍ତ୍ରଶସ୍ତ୍ରର ଗଚ୍ଛିତ ଭଣ୍ଡାର ରହିଥିଲା ।

ଆର୍ଥିକ ସଙ୍କଟର ସାମ୍ନା କରୁଥିବା ୟୁକ୍ରେନ୍ ଆମେରିକା ଓ ୟୁରୋପର ଚାପରେ ନିଜ ପରମାଣୁ ଅସ୍ତ୍ର ତ୍ୟାଗ କରିବାକୁ ସ୍ଥିର କରିଥିଲା । ଜେନରାଲ ୱାଦିମ ସ୍କିବିତ୍ସକି କହିଛନ୍ତି, ୧୯୭୦ ଦଶକରେ ୟୁକ୍ରେନରେ ନିର୍ମାଣ କରାଯାଇଥିବା କେଏଚ-୫୫ ସବସୋନିକ କ୍ରୁଜ କ୍ଷେପଣାସ୍ତ୍ରର ଧ୍ୱଂସାବଶେଷ ରୁଷିଆର ଆକ୍ରମଣ ପରେ ୟୁକ୍ରେନର ଖ୍ମେଲନିତ୍ସକି ଅଞ୍ଚଳରେ ମିଳିଥିଲା ।

nis-ad
Leave A Reply

Your email address will not be published.