ଖରିଫ ବର୍ଷ 2022-23 ପାଇଁ ଧାନ କିଣା କାର୍ଯ୍ୟକ୍ରମ ର ଶୁଭାରମ୍ଭ…

ଶେରଗଡ଼ : ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଶେରଗଡ଼ ବ୍ଲକ ଅନ୍ତର୍ଗତ ଡେଙ୍ଗା ପଦର ପ୍ରାଥମିକ ସେବା ସମବାୟ ସମିତି ରେ ଖରିଫ ବର୍ଷ 2022-23 ପାଇଁ ଧାନ କିଣା କାର୍ଯ୍ୟକ୍ରମ ର ଶୁଭାରମ୍ଭ ହେଇ ଯାଇଛି | ଏହି କାର୍ଯ୍ୟକ୍ରମ ରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି ରୂପରେ ଯୋଗ ଦେଇ ଥିଲେ | ଆଜି ସମ୍ପୃକ୍ତ ସମିତି ତରଫରୁ ଚାଷୀ ଶ୍ରୀ ରଞ୍ଜନ କୁମାର ସ୍ୱାଇଁ ଙ୍କର 11.82 କୁଇଣ୍ଟାଲ ଧାନ କ୍ରୟ କରା ଯାଇଥିଲା | ଆଜି ର କାର୍ଯ୍ୟକ୍ରମ ରେ ଉଦ୍ବୋଧନ ଦେଇ

ଭଞ୍ଜନଗର ଉପଜିଲ୍ଲାପାଳ କହିଥିଲେ ଯେ ଚଳିତ ବର୍ଷ ଯୋଗ୍ୟ ଚାଷୀ ନ୍କ ଠାରୁ ସରକାର କୁଇଣ୍ଟାଲ ପ୍ରତି 2040/-ହିସାବରେ ଧାନ କ୍ରୟ କରିବେ |ଚାଷୀ ଙ୍କୁ ମିଳୁଥିବା ଟୋକେନ ର ସମୟସୀମା ଗୋଟିଏ ମାସ ଏହି ସମୟ ମଧ୍ୟ ରେ ଚାଷୀ ଙ୍କୁ ମଣ୍ଡି କୁ ଧାନ ଦେବାକୁ ପଡିବ | ଯଦି ଚାଷୀ ମାନଙ୍କ ର ଧାନ କିଣା ସମ୍ବନ୍ଧ ରେ କିଛି ସମସ୍ୟା ଥାଏ ତାହେଲେ ସେମାନେ ସେମାନଙ୍କ ପଂଜିକୃତ ମୋବାଇଲ ରୁ 1967 କୁ ଫୋନ କରି ବୁଝି ପାରିବେ |ଏ ବର୍ଷ ଧାନ କିଣା କେମିତି ସୁରୁଖୁରୀ ରେ ହୋଇ ପାରିବ ସେଥିପାଇଁ ସେ ପ୍ରଶାସନ ତରଫରୁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ | ଉକ୍ତ ଉତ୍ସବ ରେ ଜିଲ୍ଲା ଯୋଗାଣ ଅଧିକାରୀ ,DRCS ,ଶେରଗଡ଼ ପଂଚାୟତ ସମିତି ର ଅଧ୍ୟକ୍ଷ ,ଶେରଗଡ଼ ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ,ତହସିଲଦାର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ |

nis-ad
Leave A Reply

Your email address will not be published.