ଏକ ଲକ୍ଷ ଦାନ କଲେ ମହିଳା ଭିକାରି…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିସରରେ ଭିକ୍ଷା ବୃତ୍ତି କରୁଥିବା ତୁଳା ବେହେରା ନାମକ ଜଣେ ୭୦ ବର୍ଷର ମହିଳା ମନ୍ଦିରକୁ ଦାନ କଲେ ଏକ ଲକ୍ଷ ଟଙ୍କା l ଏ ଦୁନିଆରେ ସମସ୍ତେ ଧନ ସମ୍ପତ୍ତି ଅର୍ଜନ ପାଇଁ ନ ଖାଇ ନ ପିଇ ଦିନ ରାତି ଏକ କରି ଉପାର୍ଜନ କରନ୍ତି ହେଲେ ଧନ ମିଳିଲା ପରେ ଦାନ କରିବା ପ୍ରାୟ ଭୁଲି ଯାଆନ୍ତି l କିନ୍ତୁ ଏପରି ମଣିଷ ଆଜିବି ବଞ୍ଚିଛନ୍ତି ଯେଉଁମାନେ ତାଙ୍କର ଅର୍ଜିତ ଧନ ସର୍ବସ୍ବ ଭାଗବାନଙ୍କ ନିକଟରେ ସମର୍ପଣ କରିଦିଅନ୍ତି l ସେହିପରି ଏକ କିମ୍ବଦନ୍ତୀ ମହିଳା ହେଉଛନ୍ତି ତୁଳା ବେହେରା lତୁଳାଙ୍କ ସ୍ବାମୀ ପ୍ରଫୁଲ୍ଲ ବେହେରା କୋଡିଏ ବର୍ଷ ତଳୁ ଆରପାରିକୁ ଚାଲିଗଲେଣି । ତୁଳାଙ୍କ କେହି ସନ୍ତାନ ସନ୍ତତି ନାହାଁନ୍ତି ।ଭିକ୍ଷା ବୃତ୍ତି କରି ଚଳୁଥିଲେ । ବିଶେଷ କରି ଜଗନାଥ ମନ୍ଦିର, ଶିବ ମନ୍ଦିର ଓ ବେଳେ ବେଳେ ସିରିଡ଼ି ସାଇ ମନ୍ଦିର ପରିସରରେ ବସନ୍ତି । ଯାହା ଆଦାୟ ହୁଏ ସେଥିରେ ସେ ଚଳିବା ସହ ବାକିଟଙ୍କା ବ୍ୟାଙ୍କରେ ବାନ୍ଧୁଥିଲେ। ବ୍ୟାଙ୍କରେ ତାଙ୍କର ୧ ଲକ୍ଷ କୋଡିଏ ହଜାର ଥିଲା ଆଉ ସେ ଏହି ଅର୍ଥରୁ ୧ ଲକ୍ଷ ଟଙ୍କା ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ସଦସ୍ୟଙ୍କ ଉପସ୍ଥିତିରେ ଦାନ କରି ସୃଷ୍ଟି କରିଛନ୍ତି ଏକ ଇତିହାସ l ଏହିଅର୍ଥରେ ବାହାରୁ ଆସୁଥିବା ସାଧୁ ସନ୍ଥମାନେ ରହିବା ଲାଗି ଘର ନିର୍ମାଣ ପାଇଁ ଅନୁରୋଧ କରିଛନ୍ତି । ବଞ୍ଚି ଥିବା ଯାଏ ଆଉ କିଛି ସଞ୍ଚୟ କରି ଅର୍ଥ ଦେବେ ବୋଲି କହିଛନ୍ତି l ତୁଳାଙ୍କ ଏଭଳି ମନୋଭାବ ନିଶ୍ଚିତ ଅନ୍ୟ ମାନଙ୍କୁ ପ୍ରେରଣା ଦେବ ବୋଲି ଜଗନାଥ ମନ୍ଦିର କମିଟି ସଭାପତି ଶୂନାଶିର ମହାପାତ୍ର ଓ ସମ୍ପାଦକ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା କହିଛନ୍ତି । ମନ୍ଦିର ପରିଚାଳନା କମିଟି ପକ୍ଷରୁ ତୁଳାଙ୍କୁ ଉପଢୌକନ, ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରାଯିବା ସହ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତୁଳାଙ୍କ ଖାଇବା ପି ଇବା, ରହିବା ସହ ତାଙ୍କର ସମସ୍ତ ଦାଇତ୍ୱ ବହନ କରିବ ବୋଲି କହିଛି କମିଟି l ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର ସଦସ୍ଯ ଆଇନଜିବୀ ରଜତ କୁମାର ମହାନ୍ତି, ଆଇନଜିବୀ ଚନ୍ଦ୍ର ଶେଖର ପରିଡା,ଅଜୟ କୁମାର ସିଂ, ସିଦ୍ଧେଶ୍ଵର ଦାଶ, ପ୍ରଦୀପ ମୁନି ଓ ଶଙ୍କର ପାଢି ପୂଜକ ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.