ମଦ ମୃତ୍ୟୁକୁ ନେଇ କୌଣସି କ୍ଷତିପୂରଣ ମିଳିବ ନାହିଁ: ନୀତୀଶ କୁମାର

ପାଟନା: ବିହାରରରେ ମଦ ମୃତ୍ୟୁକୁ ନେଇ ଅଧିକ କଠୋର ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।  ବିଷାକ୍ତ ମଦ୍ୟପାନ କରି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପ୍ରତି ନୀତିଶଙ୍କର କୌଣସି ସମବେଦନା ନଥିବା ସଙ୍କେତ ଦେଇଛନ୍ତି। ମୃତକଙ୍କୁ କୌଣସି କ୍ଷତିପୂରଣ ଦିଆଯିବ ନାହିଁ ବୋଲି ନୀତିଶ କହିଛନ୍ତି। ମଦ ମୃତ୍ୟୁକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ଥିବା ନୀତୀଶ ଆରମ୍ଭରୁ କାଉଣ୍ଟର ଆଟାକିଂମୁଡ୍‌ରେ ଅଛନ୍ତି।  ଆଜି ରାଜ୍ୟ ବିଧାନସଭାରେ ଭାଷଣ ଦେଇ ବିଷାକ୍ତ ମଦ ପିଇଥିବା ବ୍ୟକ୍ତିଙ୍କ ପରିବାରକୁ କୌଣସି ପ୍ରକାର କ୍ଷତିପପୂରଣ ମିଳିବ ନାହିଁ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ, ଯଦି ଅପାଣ ପିଇବେ, ତେବେ ମରିବେ ବୋଲି ସିଧାସଳଖ ଶୁଣାଛନ୍ତି ନୀତିଶ। ଯେଉଁମାନେ ମଦ ସପକ୍ଷରେ ଯୁକ୍ତି କରୁଛନ୍ତି ସେମାନେ ଆପଣଙ୍କ ପାଇ ଭଲ କରୁନାନହାନ୍ତି। ବିଷାକ୍ତ ମଦ ପିଇ ପ୍ରାଣ ହରାଇଥିବା ଲୋକଙ୍କୁ ସରକାର କ୍ଷତି ପୂରଣ ଦେବାର ବ୍ୟବସ୍ଥା କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କିନ୍ତୁ ବିରକ୍ତି ପ୍ରକାଶ କରିଛନ୍ତି। ଯିଏ ମଦ ପିଇବେ, ସେ ମରିବ ବୋଲି ଗତକାଲି କହିଥିଲେ । ନୀତୀଶଙ୍କକ ଏହି ବୟାନକୁ ନେଇ ବିରୋଧୀ ବିଜେପି ତୀବ୍ର ପ୍ରିତିବାରୌଦ କରଥିବା ବେଳେ ଧରାଣା ମଧ୍ୟ ଦେଥିଲା।

ଏଥିସହ ବିଜେପି ନୀତୀଶ କୁମାରଙ୍କ ଇସ୍ତଫା ମଦ୍ୟ ଦାବି କରିଥିଲା। ବିହାରର ସରନ ଜିଲା ଅଧୀନ ଛାପ୍ରା ଅଞ୍ଚଳରେ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ଗୁରୁବାର ୩୯ରେ ପହଞ୍ଚିଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟରେ କେତେକ ପରିବାର ମୃତ୍ୟୁ ଖବରକୁ ଲୁଚାଇ ରଖିଥିଲେ ବୋଲି ସିଭିଲ୍‌ ସର୍ଜନ ତଥା ମେଡିକାଲର ଭାରପ୍ରାପ୍ତ ଅଫିସର ଡ. ସାଗର ଦୁଲାଲ ସିଂ କହିଛନ୍ତି। ଅନ୍ୟପକ୍ଷେ ମଦମୃତ୍ୟୁକୁ ନେଇ ରାଜଧାନୀରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ବିରୋଧୀ ବିହାର ମହାମେଣ୍ଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିହାରରେ ମଦମୃତ୍ୟୁକୁ ନେଇ ଲୋକ ସଭାରେ ଗୁରୁବାର ଜୋର୍‌ଦାର ହଟ୍ଟଗୋଳ ହୋଇଥିଲା। ଏହା ଏକ ଗଣହତ୍ୟା ବୋଲି ଭାଜପା ସଦସ୍ୟମାନେ ଅଭିଯୋଗ କରିବା ସହ କେନ୍ଦ୍ର ସରକାର ତୁରନ୍ତ ନୀତୀଶ ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

nis-ad
Leave A Reply

Your email address will not be published.