ପାଇଖାନା ଟାଙ୍କିରେ ପଡି ଦୁଇ ଶିଶୁକନ୍ୟା ମୃତ

ଗଞ୍ଜାମ:ପାଇଖାନା ଟାଙ୍କିରେ ପଡି ଦୁଇ ଶିଶୁକନ୍ୟା ମୃତ। ଗଞ୍ଜାମ ଜିଲ୍ଲା ବଡଗଡ ଥାନା ତାକରଡା ଗାଁରେ ଦୁଃଖଦ ଘଟଣା ଘଟିଛି । ମୃତ ଶିଶୁକନ୍ୟା ହେଲେ ସିଦ୍ଧପୁର ଗାଁର ବସୁମତି ସେଠୀ ଓ କାଳିଆଗୁଡା ଗାଁର ଦିବ୍ୟା ସେଠୀ । ଉଭୟଙ୍କ ବୟସ ୫ବର୍ଷ ।

ଦୁଇଜଣ ନିଜ ମାମୁଘର ତାକରଡା ଆସିଥିଲେ । ଆଜି ସକାଳେ ଖେଳୁଥିବା ସମୟରେ ପାଇଖାନା ଟାଙ୍କି ଭୁଶୁଡି ପଡିଥିଲା। ଫଳରେ ଦୁଇଜଣ ଟାଙ୍କି ଭିତରକୁ ଖସିପଡିଥିଲେ। ବହୁ ଖୋଜାଖୋଜ ପରେ ପାଇଖାନା ଟାଙ୍କରୁ ଉଦ୍ଧାର କରାଯାଇ ସୋରଡା ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

nis-ad
Leave A Reply

Your email address will not be published.