ଅର୍ଚ୍ଚନା ନାଗ ମାମଲାରେ ହାଇକୋର୍ଟରେ ଅଭିଯୋଗକାରିଣୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ହୋଇଛି । କେସ୍ ଡାଏରା ଦାଖଲ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଅନ୍ତରୀଣ ସୁରକ୍ଷା ପାଇଁ ଆବେଦନ କରିଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ଅର୍ଚ୍ଚନା ଲିଙ୍କରେ ଶ୍ରଦ୍ଧାଞ୍ଜଳିଙ୍କୁ ପୂର୍ବରୁ ଇଡି ଦୁଇ ଥର ଜେରା କରିଥିଲା । ଶ୍ରଦ୍ଧାଞ୍ଜଳିଙ୍କ ଅଭିଯୋଗ ପରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା ଖଣ୍ଡଗିରି ଥାନା ପୋଲିସ ।
Sign in
Sign in
Recover your password.
A password will be e-mailed to you.
Next Post