୭ଦଫା ଦାବିକୁ ନେଇ ଜିଲ୍ଲାପାଳଙ୍କ ଅଫିସସମ୍ମୁଖରେ ଗର୍ଜିଲେ ଆଶାକର୍ମୀ

ମାଲକାନଗିରି : ଆଜି ସିଡିଏମଓ ଅଫିସ ରୁ ଏକ ବିରାଟ ଶୋଭାଯାତ୍ରା ମାଧ୍ୟମରେ ଜିଲ୍ଲାରେ କାର୍ଯ୍ୟରତ ପ୍ରାୟ୧୧୦୦ରୁ ଉର୍ଦ୍ଧ ଆଶାକର୍ମୀ ନିଜର ୭ଦଫା ଦାବିକୁ ନେଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ଦିନଧରି ଗାଁଗହଳିରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରାନଯିବା, ସ୍ୱଳ୍ପ ଦରମା , ମେଡିକାଲ ରେ ଦୁର୍ବ୍ୟବଭାର ଭଳି ଅନେକ ଦାବିକୁ ନେଇ ଧାରଣା ପ୍ରଦର୍ଶନ କରିଛନ୍ତି । ଆଗାମୀ ଦିନରେ ୭ଦଫା ନ୍ୟାର୍ଯ୍ୟ ଗୁଡିକ ହେଲା ୧. ଆଶାକର୍ମୀଙ୍କୁ ସରକାରୀ ମାନ୍ୟତା । ୨.ଏନ ଏଚ ଏମ କୁ ସ୍ଥାୟୀ କରାଯାଉ । ୩. ଅବସର ପ୍ରାପ୍ତ ଆଶାକର୍ମୀ ଙ୍କୁ ୫୦୦୦ଟଙ୍କା ପେନସନ ପ୍ରଦାନ। ୪. ସ୍ୱାସ୍ଥ୍ୟବୀମା ବା ଦୃଘଟଣା ବାବଦରେ ୫ଲକ୍ଷଟଙ୍କା ବିମାରାଶି ପ୍ରଦାନ। ୫. କୋରନା ସମୟରେ ମୃତ ଆଶାକର୍ମୀ ଙ୍କୁ ୫ଲକ୍ଷ ଟଙ୍କାର ସହାୟତା ପ୍ରଦାନ । ୬. ପ୍ରତ୍ୟେକ ଗାଁରେ ଆଶାଗୃହ ନିର୍ମାଣ।୭. ଆଶାକର୍ମୀ ଙ୍କ ବେତନ କୁ ୧୮ହଜାର ଟଙ୍କାକୁ ବୃଦ୍ଧି ଭଳି ଦାବିକୁ ନେଇ ଆଜି ଧାରଣା ପ୍ରଦର୍ଶନ କରିଥିଲେ । ବିଗତ ୨୯ ତାରିଖରୁ ଆସି ସୁଧା ଧାରଣା ଦେବାସହ ଏହି ସବୁ ଦାବି ପୂରଣ ନହେଲେ ଆଗାମିଦିନରେ ରାଜରାସ୍ତାରେ ଧାରଣା ଦେବାକୁ ଧମକ ଦେବା ସହ ଯଥାଶୀଘ୍ର ଦାବୀପୁରଣ ପାଇଁ ଜିଲ୍ଲା ପାଳଙ୍କୁ ଅନୁରୋଧ କରିଛନ୍ତି ।

nis-ad
Leave A Reply

Your email address will not be published.