ବାରବାଟୀରେ ଦୃଷ୍ଟିବାଧିତ ଟ୍ବେଣ୍ଟି-୨୦ ବିଶ୍ବକପ: ବାଂଲାଦେଶକୁ ୭ ୱିକେଟ୍‌ରେ ହରାଇଲା ଭାରତ

କଟକ: ବାରବାଟୀରେ ମଙ୍ଗଳବାର ଦୃଷ୍ଟିବାଧିତ ବିଶ୍ବକପ ଟି-ଟ୍ବେଣ୍ଟି କ୍ରିକେଟ ମ୍ୟାଚ ଖେଳାଯାଇଛି। ଏହି ମ୍ୟାଚ୍‌ରେ ବାଂଲାଦେଶକୁ ଭାରତ ୭ୱିକେଟରେ ପରାସ୍ତ କରିଛି। ଟି ଦୁର୍ଗା ରାଓଙ୍କ ଧୂଆଁଧାର ୭୩ରନ୍‌ ବଳରେ ଏହି ଚିତାକର୍ଷକ ମ୍ୟାଚକୁ ଜିତି ନେଇଛି ଭାରତ। ପ୍ରାରମ୍ଭିକ ଯୋଡିରେ ଓଡ଼ିଆ ଷ୍ଟାର ନକୁଳ ବଡ଼ ନାୟକ ବ୍ୟକ୍ତିଗତ ଭାବରେ ୩୬ ରନ୍‌ କରି ଆଉଟ ହୋଇଥିଲେ।

ବାରବାଟୀରେ ଖେଳାଯାଉଥିବା ଭାରତ ଓ ବାଂଲାଦେଶ ଦୃଷ୍ଟିବାଧିତ ବିଶ୍ୱକପର ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ‌ବୋଲିଂ ନିଷ୍ପତ୍ତି ନେଇଥିଲା। ଭ୍ରମଣକାରୀ ବାଂଲାଦେଶ ନିର୍ଦ୍ଧାରିତ ୨୦ଓଭରରେ ୪ୱିକେଟ ହରାଇ ସଂଗ୍ରହ କରିଥିଲା ୧୬୬ ରନ୍‌। ଦଳ ପକ୍ଷରୁ ଅଧିନାୟକ ଆସିକୁର ରେହେମାନ ସର୍ବାଧିକ ୭୫ ରନ କରିଥିଲା ବେଳେ ମହମ୍ମଦ ଆରିଫ ୩୩ ଓ ତାଂଜିଲ ୨୦ ରନ୍‌ କରିଥିଲେ। ଭାରତ ପକ୍ଷରୁ ନକୁଳ ବଡନାୟକ ୨ ଓଭରରେ ୭ ରନ୍‌ ଦେଇ ଗୋଟିଏ ୱେକେଟ ନେବାରେ ସକ୍ଷମ ହୋଇଥିଲେ। ତେବେ କମ ରନ୍‌ ଯୋଗୁ ମ୍ୟାଚ ପରାଜୟ ହେବାର ମୁଖ୍ୟ କାରଣ ବୋଲି କହିଛନ୍ତି ବାଂଲାଦେଶ ଅଧିନାୟକ।

nis-ad
Leave A Reply

Your email address will not be published.