ଜିଲାଜଜଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଠାରୁ ରିପୋର୍ଟ ତଲବ କଲେ ସଚିବ

ଫୁଲବାଣୀ : ବିଭିନ୍ନ ଖବର କାଗଜରେ ପ୍ରକାଶିତ ଖବର ଆଧାରରେ ମାନ୍ୟବର ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଶ୍ରୀମତୀ ଅନୁଶିଳା ରୟ ଜିଲ୍ଲା ପ୍ରଶାସନ ଠାରୁ ରିପୋର୍ଟ ତଲବ କରିଥିବା ଜଣାଯାଇଛି। ବିଧବା ଭତ୍ତା ପାଇବାରୁ ବଞ୍ଚିତ ଖବର ଏବଂ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଭିନ୍ନକ୍ଷମ ଦମ୍ପତିଙ୍କ ଆବେଦନ ଖବର ପ୍ରକାଶ ପାଇବା ପରେ ସଙ୍ଗେ ସଙ୍ଗେ ଆଇନ ସେବା ପ୍ରାଧୀକରଣର ତରଫରୁ ଜିଲ୍ଲପାଳଙ୍କୁ ଏ ସମ୍ବନ୍ଧରେ ରିପୋର୍ଟ ତଲବ ମଗାଯାଇଛି l ପ୍ରକାଶ ଥାଉ କି ଯାହା ଖବର ପ୍ରକାଶିତ ହୋଇଛି ସିମନବାଡି ପଞ୍ଚାୟତ ଯୋହନପଲି ଗ୍ରାମର ଟୁନି ନାୟକଙ୍କ ସ୍ଵାମୀ ମିଲନ ନାୟକ ଏପ୍ରିଲ୍ ମାସରେ ପାଣିରେ ବୁଡି ମୃତ୍ୟୁବରଣ କରିଥିଲେ। ବିଧବା ହେବାର ୮ ମାସ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଭତ୍ତା ମିଳୁନାହିଁ କି ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ ହଜାର ସହାୟତା ରାଶି ମିଳିନାହିଁ । ଏଭଳି କି ରାସନ କାର୍ଡ ମଧ୍ୟ ନାହିଁ । ମୁଣ୍ଡ ଗୁଞ୍ଜିବାକୁ ଘର ମଧ୍ୟ ନାହିଁ । ଏଭଳି ସ୍ଥଳେ ନିଜେ କିଭଳି ବଞ୍ଚିବେ ସେନେଇ ଚିନ୍ତାରେ ରହିଛନ୍ତି ଟୁନି । ଭତ୍ତା ଓ ପରିବାର ମଙ୍ଗଳ ଯୋଜନାରେ ସାମିଲ ଓ ରାସନ କାର୍ଡ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଏକାଧିକ ଥର ଯାଇଛନ୍ତି ତଥାପି ଶୁଣିବାକୁ କେହି ନାହାନ୍ତି । ଏଭଳି ଭାବେ ନିଜ ଭାଗ୍ୟକୁ ଆଦରି ସରକାରୀ ସହାୟତାକୁ ଅପେକ୍ଷାକରି ରହିଛନ୍ତି ବିଧବା ଟୁନି।ସେହିପରି ଦ୍ଵିତୀୟ ଖବର ଟି ହେଉଛି କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଆରାବାକା ଅଞ୍ଚଳର ଦୀପକ କୁମାର ହଂସ ଅଭିଯୋଗ କରିଛନ୍ତି ଯେ ତାଙ୍କ ପରିବାର ଉପରେ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ସ୍ତ୍ରୀ ବିଦ୍ୟୁତ୍ ଲତା ନାୟକଙ୍କୁ କୌଣସି ପ୍ରକାର ନିଯୁକ୍ତି ଦିଆଯାଉନଥିବାରୁ ଦୀର୍ଘ ୪ ବର୍ଷ ହେଲା ତାଙ୍କ ପରିବାର ତଳି ତଳାନ୍ତ ହୋଇଛନ୍ତି। ସେ ଓ ତାଙ୍କର ସ୍ତ୍ରୀ ଦୁହେଁ ଦିବ୍ୟାଙ୍ଗ । ସେମାନଙ୍କର ଗୋଟିଏ ଦୁଇ ବର୍ଷର ପୁତ୍ର ସନ୍ତାନ ଏକ ଅନାଥ ଆଶ୍ରମରେ ରହୁଛି। ତାଙ୍କର ସ୍ତ୍ରୀ ବିଦ୍ୟୁତ୍ ଲତା ନାୟକ ସ୍ୱାସ୍ଥ୍ୟ କର୍ମୀ । ୨୦୧୩ରୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟରେ କାମ କରୁଥିଲେ । ଦେହ ଅସୁସ୍ଥ କାରଣରୁ ୨୦୧୩ ଏପ୍ରିଲ ମାସରେ କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସା ଅଧିକରୀଙ୍କୁ ପ୍ରଥମେ ଅବଗତ କରିଥିଲେ । ଶେଷରେ ନିରାଶ ହୋଇ ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇ ସ୍ଵାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଜଣେ ମହିଳା ଓ ତାଙ୍କ ସ୍ବାମୀ ଜିଲା ପ୍ରଶାସନ ଠାରୁ କୌଣସି ପ୍ରକାର ନ୍ୟାୟ ନପାଇ ଏବେ ଇଛାମୃତ୍ୟୁ ପାଇଁ ଗତ ୯ ତାରିଖ ଦିନ ରାଷ୍ଟ୍ରପତିଙ୍କ ନିକଟକୁ ଆବେଦନ ପତ୍ର ପଠାଇଛନ୍ତି । ଏହି ପ୍ରକାଶିତ ଖବର ଆଧାରରେ ମାନ୍ୟବର ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ଆଇନ ସେବା ପ୍ରାଧିକରଣ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଶ୍ରୀମତୀ ଅନୁଶିଳା ରୟ ଜିଲ୍ଲା ପ୍ରଶାସନ ଠାରୁ ରିପୋର୍ଟ ତଲବ କରିଥିବା ଜଣାଯାଇଛି। ବିଧବା ଭତ୍ତା ପାଇବାରୁ ବଞ୍ଚିତ ଖବର ଏବଂ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଭିନ୍ନକ୍ଷମ ଦମ୍ପତି ଖବର ପ୍ରକାଶ ପାଇବା ପରେ ସଙ୍ଗେ ସଙ୍ଗେ ଆଇନ ସେବା ପ୍ରାଧୀକରଣର ତରଫରୁ ଜିଲ୍ଲପାଳଙ୍କୁ ଏ ସମ୍ବନ୍ଧରେ ରିପୋର୍ଟ ତଲବ ମଗାଯାଇଛି l ଲୋକଙ୍କ ଆବଶ୍ୟକୀୟ ସେବା ଯୋଗାଇବା ପାଇଁ ପ୍ରଶାସନ ଜଣା ଯାଇଥିବା ଜାଣିବାକୁ ମିଳିଛି l ସେହିପରି କିଛି ଦିନ ତଳେ ଅବବ୍ୟବସ୍ଥା ଲଣ୍ଡାପାଜୁ ଗ୍ରାମକୁ ନେଇ ଖବର ପ୍ରକାଶ ପରେ ଜିଲ୍ଲା ଜଜ ତଥା ଅଧ୍ୟକ୍ଷଙ୍କ ନିର୍ଦ୍ଦଶେ କ୍ରମେ ଜିଲ୍ଳା ପ୍ରାଧିକରଣ ସଚିବ ଅନୁଶୀଳା ରୟ ଏବଂ ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ୫ ରୁ ୭ କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଯାଇ ଲଣ୍ଡାପାଜୁ ଗ୍ରାମରେ ପହଞ୍ଚି ତାଙ୍କର ସମସ୍ତ ସମସ୍ୟା ବୁଝି ଥିଲେ l ଏହିପରି ଅନେକ ସମୟରେ ଜିଲ୍ଲା ପ୍ରାଧିକରଣ ପକ୍ଷରୁ କାର୍ଯ୍ୟକ୍ରମ କରାଯିବା ସହ ଲୋକଙ୍କ ପାଖରେ ପହଞ୍ଚି ସାହାଯ୍ୟ ସହଯୋଗ ଯୋଗାଇ ଆସୁଛି ବୋଲି ସର୍ବସାଧାରଣରେ ପ୍ରଶଂସିତ ହୋଇଛି l

nis-ad
Leave A Reply

Your email address will not be published.