ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ

ଯାଜପୁର: ଯାଜପୁରର ପୂର୍ବତନ ସାଂସଦ ତଥା ବିଜେପି ନେତା ମୋହନ ଜେନାଙ୍କ ପରଲୋକ। ସେ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ସେଠାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା। ସେ କିଡନୀ, ମଧୁମେହ, ଉଚ୍ଚ ରକ୍ତଚାପ ଆଦି ରୋଗରେ ପୀଡିତ ଥିଲେ। କିଛି ଦିନ ତଳେ ତାଙ୍କୁ ହୃଦଘାତ ହୋଇଥିଲା।

ପରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ପରଲୋକ ହୋଇଯାଇଛି। ସେ ବିଜୁ ଜନତା ଦଳରୁ ଯାଜପୁର ଲୋକସଭା ଆସନରୁ ଦୁଇ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ ମସିହାରେ ତାଙ୍କୁ ଦଳ ଟିକେଟ ଦେଇନଥିଲା। ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ। ସେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ।

nis-ad
Leave A Reply

Your email address will not be published.